Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ୨୫ ଟଙ୍କା ପେଟ୍ରୋଲରେ ୫୧ ଟଙ୍କାର ଟିକସ

    Share on :
    ajab-Image
    Date: Aug 5, 2020    Views: 2872

    ନୂଆଦିଲ୍ଲୀ: ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଯଦିଓ ଗତ କିଛି ଦିନ ହେଲା ସ୍ଥିର ରହିଛି ତଥାପି ଏହା ବହୁ ଅଧିକ ରହିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୨୫ ରୁ ୩୦ ପ୍ରତିଶତ କମିଥିଲେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ଅଧିକ ରହିଛି । ଫଳରେ ଅଶୋଧିତ ତେଲ ଏବଂ ପେଟ୍ରୋଲ, ଡିଜେଲ ଦର ମଧ୍ୟରେ ପୂର୍ବରୁ ଥିବା ପାର୍ଥକ୍ୟ ବଢ଼ିବାରେ ଲାଗିଛି । ପେଟ୍ରୋଲର ମୂଳ ଲକ୍ଷ୍ୟ ଉପରେ ସରକାର ୨୦୪ ପ୍ରତିଶତ ଟିକସ ଆଦାୟ କରୁଥିବା ବେଳେ ଡିଜେଲର ମୂଳ ମୂଲ୍ୟ ଉପରେ ୧୫୦ ପ୍ରତିଶତ ଟିକସ ଆଦାୟ କରୁଛନ୍ତି ବୋଲି କେୟାର ରେଟିଙ୍ଗସ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି । ତେବେ ପେଟ୍ରୋଲର ଖୁଚୁରା ବିକି୍ର ମୂଲ୍ୟରେ ଟିକସର ଭାଗ ୬୪ ପ୍ରତିଶତ ଥିବା ବେଳେ ଡିଜେଲରେ ରହିଛି ୫୮ ପ୍ରତିଶତ । ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୨୫ ଟଙ୍କା ୨୦ ପଇସା ଥିବା ବେଳେ ଏହା ଉପରେ ୩୩ ଟଙ୍କାର ଉପôାଦ ଶୁଳ୍କ ଆଦାୟ କରାଯାଇଛି । ଭାଟ ବାବଦରେ ୨୫ ଟଙ୍କା ୨୦ ପଇସା ଏବଂ ଡିଲର କମିସନ ବାବଦରେ ୩ ଟଙ୍କା ୭୦ ପଇସା ଆଦାୟ କରାଯାଉଛି । ଏଥିଯୋଗୁଁ ଦିଲ୍ଲୀରେ ପେଟ୍ରୋଲର ଖୁଚୁରା ଦର ଲିଟର ପିଛା ୮୦ ଟଙ୍କା ୪୦ ପଇସା ରହିଥିବା ବେଳେ ଏହା ଉପରେ ଉପôାଦ ଶୁଳ୍କ ବାବଦରେ ୩୧ ଟଙ୍କରା ୮୦ ପଇସା ଆଦାୟ କରାଯାଉଛି । ଡିଲର କମିଶନ ବାବଦରେ ୨ ଟଙ୍କା ୬୦ ପଇସା ଏବଂ ଭାଟ ବାବଦରେ ୧୦ ଟଙ୍କା ୮୦ ପଇସା ଯୋଗ କଲେ ଡିଜେଲର ଲିଟର ପିଲା ଦର ୭୩ ଟଙ୍କା ୬୦ ପଇସା ରହିଛି । ଏହି ଦର ବିଶ୍ଲେଷଣକୁ ଦେଖିଲେ ସରକାର ୨୫ ଟଙ୍କା ୨୦ ପଇସାର ପେଟ୍ରୋଲ ଉପରେ ୫୧ ଟଙ୍କା ୬୦ ପଇସାର ଟିକସ ଆଦାୟ କରୁଛନ୍ତି । ସେହିଭଳି ୨୮ ଟଙ୍କା ୪୦ ପଇସାର ଡିଜେଲ ଉପରେ ୪୨ ଟଙ୍କା ୬୦ ପଇସାର ଟିକସ ଏବେ ଆଦାୟ କରୁଛନ୍ତି ।

    Maximum 500 characters

    ଅର୍ଥନୀତି View all

    Find Us on Facebook