Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କେନ୍ଦ୍ରାପଡ଼ା: ବାଇକ ଚୋରି ର୍ୟାକେଟରେ ସମ୍ପୃକ୍ତ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ଗିରଫ

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳର ଅଡିଓ ଭାଇରାଲ ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଲେ ପୂର୍ବାଞ୍ଚଳ ଆଇଜି

ରାୟଗଡ଼ା: ୨୪ ଲକ୍ଷ ଲୁଟ ଘଟଣାରେ ୫ ଗିରଫ

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପ୍ରଦୀପଙ୍କୁ ବହିଷ୍କାର କରାଯାଉ: ତାରା

    Share on :
    ajab-Image
    Date: Jul 17, 2020    Views: 4390

    ଭୁବନେଶ୍ୱର: କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କୁ  ଦଳରୁ ବହିଷ୍କାର କରଯାଉ । ଏଭଳି ଦାବି କରିଛନ୍ତି ତାରା ବାହିନୀପତି ।  କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ପ୍ରତି  ମନ୍ତବ୍ୟ ପ୍ରସଙ୍ଗରେ ପ୍ରଦୀପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାରା ଦାବି କରିଛନ୍ତି ।  କାର୍ଯ୍ୟାନୁଷ୍ଠାନ ନନେଲେ ଦଳରେ ବିଶୃଙ୍ଖଳା ବଢିବ ବୋଲି ତାରା କହିଛନ୍ତି । 

    ଅନ୍ୟପକ୍ଷରେ ପ୍ରଦୀପ ମାଝୀ ଗଣମାଧ୍ୟମରେ ଭୁଲ ମାଗନ୍ତୁ ବୋଲି କହିଛନ୍ତି ଦେବାଶିଷ ପଟ୍ଟନାୟକ । ପ୍ରଦୀନ  ଲୋକ ଓ ଦଳର ହାଇକମାଣ୍ଡକୁ ଭୁଲ ମାଗନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।  ତାଙ୍କୁ ଯଦି ଭଲଲାଗୁନି ତେବେ  ସେ ଅଲଗା ଦଳ ଦେଖନ୍ତୁ ବୋଲି ସେ କହିଛନ୍ତି । 

    ପ୍ରକାଶ ଯେ, ଏକ ବୈଦୁ୍ୟତିକ ଗଣମାଧ୍ୟମରେ ବିତର୍କବେଳେ ଶ୍ରୀ ମାଝୀ କଂଗ୍ରେସ ହାଇକମାଣ୍ଡକୁ ଟାର୍ଗେଟ କରିବାକୁ ପଛାଇନଥିଲେ । ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଯାହା ଘଟୁଛି ସେଥିପାଇଁ ସେ ପରୋକ୍ଷରେ ରାହୁଲ ଓ ସୋନିଆଙ୍କ ସମାଲୋଚନା କରିଥିଲେ । ବୟସ୍କ ନେତୃତ୍ୱକୁ ଗାନ୍ଧୀପରିବାର ଓ ତାଙ୍କୁ ଘେରି ରହିଥିବା  କୋଟରୀ ଗୁରୁତ୍ୱ ଦେଉଥିବାରୁ  ଏଭଳି ଅବସ୍ଥା ହୋଇଥିବା  ପ୍ରଦୀପ କହିଥିଲେ ।  ଦେଶରେ ଲଗାତାର ଦୁଇଟି ନିର୍ବାଚନରେ ବିପର୍ଯ୍ୟୟ ହେବା ପରେ କଂଗ୍ରେସ ପତିଆରା ହ୍ରାସ ପାଇଛି ବୋଲି ସ୍ୱୀକାର କରିବାକୁ ହେବ ବୋଲି ସେ କହିଥିଲେ ।  କଂଗ୍ରେସର ସଂଖ୍ୟାଧିକ କର୍ମୀ ଓ ନେତାମାନଙ୍କର ସଂଗଠନ ଉପରେ ଯେଉଁ ବିଶ୍ୱାସ ରହିଛି ତାହକୁ ଫେରାଇ ଆଣିବାକୁ ଗାନ୍ଧୀ ପରିବାରକୁ ନୂଆର ରାସ୍ତା ବାଛିବାକୁ ହେବ ବୋଲି ସେ କହିଥିଲେ ।  ଏହି କାରଣରୁ ମଧ୍ୟପ୍ରଦେଶ ହାତରୁ ଯାଇଥିବାବେଳେ ରାଜସ୍ଥାନାରେ ସଚିନ ପାଇଲଟଙ୍କୁ ଉପେକ୍ଷା କରିବା ଉଚିତ ନୁହେଁ ବୋଲି ପ୍ରଦୀପ ମତ ରଖିଥିଲେ । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook