ମୁଖ୍ୟ ଖବର
ଅଭିନେତ୍ରୀ ତାପସୀ ପନ୍ନୁଙ୍କ ପାଇଁ ବିଗତ କିଛି ବର୍ଷ ବେଶ ଶୁଭଙ୍କର ସାବ୍ୟସ୍ତ ହୋଇଛି । ପୂର୍ବରୁ ସେ ଦକ୍ଷିଣ ଭାରତୀୟ ସିନେମାରେ ସଫଳତା ହାସଲ କରିଥିବା ବେଳେ ଗତ କିଛି ବର୍ଷ ହେଲା ବଲିଉଡରେ ନିଜର ଦବଦବା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ସଦ୍ୟତମ ଖବର ଅନୁସାରେ ଆଗକୁ ତାଙ୍କୁ ସୁପରଷ୍ଟାର ଶାହାରୁଖ ଖାନଙ୍କ ସହ ରାଜକୁମାର ହିରାନିଙ୍କ ଏକ ଫିଲ୍ମରେ ଦେଖିବାକୁ ମିଳିପାରେ । ଖୁବଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ । ଫିଲ୍ମର କାହାଣୀ ଜଣେ ପ୍ରବାସୀ ଭାରତୀୟଙ୍କ ଉପରେ ଆଧାରିତ ହେବ । ସେ ପଞ୍ଜାବର ବାସିନ୍ଦା ହୋଇଥିବା ବେଳେ କାନାଡାରେ ରହନ୍ତି । ହିରାନିଙ୍କ ପୂର୍ବ ଫିଲ୍ମ ଗୁଡ଼ିକ ପରି ଏହା ମଧ୍ୟ ଏକ ସୋସିଆଲ କମେଡି ହେବ ବୋଲି ଜଣାପଡ଼ିଛି ।
Comments ସମସ୍ତ ମତାମତ