Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କେନ୍ଦ୍ରାପଡ଼ା: ବାଇକ ଚୋରି ର୍ୟାକେଟରେ ସମ୍ପୃକ୍ତ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ଗିରଫ

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳର ଅଡିଓ ଭାଇରାଲ ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଲେ ପୂର୍ବାଞ୍ଚଳ ଆଇଜି

ରାୟଗଡ଼ା: ୨୪ ଲକ୍ଷ ଲୁଟ ଘଟଣାରେ ୫ ଗିରଫ

banner

ଦେଶ ବିଦେଶ

ମୁଖ୍ୟ ଖବର

    ତାମିଲନାଡୁରେ ଅଗଷ୍ଟ ୩୧ ଯାଏଁ ଲକଡାଉନ

    Share on :
    ajab-Image
    Date: Jul 31, 2020    Views: 4049

    ଚେନ୍ନାଇ : କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ତାମିଲନାଡୁରେ ଆସନ୍ତା ଅଗଷ୍ଟ ୩୧ ତାରିଖ ଯାଏଁ ଲକଡାଉନ ଲାଗୁ କରାଯାଇଛି । ମୁଖ୍ୟମନ୍ତ୍ରୀ ଇ.ପଲାନିସ୍ୱାମୀ ଲକଡାଉନ ସମ୍ପର୍କରେ ଘୋଷଣା କରି କହିଛନ୍ତି । କରୋନା ମାମଲା ଦିନକୁ ଦିନ ବଢ଼ି ଚାଲୁଥିବାରୁ ଲକଡାଉନ କଟକଣା ଏବେ ସମ୍ପୂର୍ଣ୍ଣ ରୂପେ ଉଠାଯାଇପାରିବନି । ଆସନ୍ତା ଅଗଷ୍ଟ ୩୧ ଯାଏଁ ଏହା କାର୍ଯ୍ୟକାରୀ ହେବ । ତେବେ ରାଜ୍ୟରେ ପୂର୍ବରୁ ଲାଗୁ ହୋଇଥିବା କେତେକ କଟକଣାକୁ କୋହଳ କରାଯାଇଛି । ମାସର ପ୍ରତ୍ୟେକ ରବିବାରରେ ସମ୍ପୂର୍ଣ୍ଣ ଲକଡାଉନ କାର୍ଯ୍ୟକାରୀ ହେବ । ସମ୍ପୂର୍ଣ୍ଣ ଲକଡାଉନରେ କେବଳ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ । ଅନ୍ୟ ଦିନମାନଙ୍କରେ ସରକାରୀ ଏବଂ ଘରୋଇ ଅଫିସ ଗୁଡ଼ିକ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ । ସଂସ୍ଥା ଗୁଡ଼ିକ ଯଥା ସମ୍ଭବ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପ୍ରୋତ୍ସାହିତ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ରେଷ୍ଟୁରାଣ୍ଟ ଓ ହୋଟେଲ ଗୁଡ଼ିକ ସକାଳ ୬ ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଖୋଲା ଯାଇପରାରିବ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook