Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଟ୍ୱେଣ୍ଟି-୨୦ ବିଶ୍ୱକପ ସ୍ଥଗିତ

    Share on :
    ajab-Image
    Date: Jul 21, 2020    Views: 3442

    ଦୁବାଇ: କରୋନା ମହାମାରୀ ସଙ୍କଟ ଲାଗି ଆଇସିସି ଚଳିତ ବର୍ଷ ଅକ୍ଟୋବର ୧୮ ରୁ ନଭେମ୍ବର ୧୫ ମଧ୍ୟରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ୱେଣ୍ଟି-୨୦ ବିଶ୍ୱକପକୁ ସ୍ଥଗିତ କରିଦେଇଚି । ସୋମବାର ଅପରାହ୍ନରେ ବସିଥିବା ଆଇସିସିର ବାଣିଜି୍ୟକ ସହଯୋଗୀ ସଂସ୍ଥାନ ‘ଆଇବିସି’ର ବୋର୍ଡ ବୈଠକରେ ଏହି ବହୁ ପ୍ରତୀକ୍ଷିତ ନିଷ୍ପତ୍ତି ନିଆଯାଇଛି । ସେହିଭଳି ୨୦୨୧ ଅକ୍ଟୋବର ନଭେମ୍ବର ଓ ୨୦୨୨ ଅକ୍ଟୋବର-ନଭେମ୍ବରରେ ଲଗାତର ଦୁଇଟି ଟ୍ୱେଣ୍ଟି-୨୦ ବିଶ୍ୱକପ ଆୟୋଜନ କରିବାକୁ ମଞ୍ଜୁରି ମିଳିଛି । ପୂର୍ବରୁ ଏହି ଦୁଇ ବିଶ୍ୱକପ ୨୦୨୦ ଓ ୨୦୨୧ ରେ ହେବାର ଥିଲା । ଚଳିତ ବର୍ଷର ବିଶ୍ୱକପ ସ୍ଥଗିତ ହେବା ପରେ ପୂର୍ବ ଆୟୋଜକ ଅଷ୍ଟ୍ରେଲିଆ ଓ ଭାରତ କେଉଁକ୍ରମରେ ଏହି ଦୁଇଟି ବିଶ୍ୱକପ ଆୟୋଜନ କରିବେ ତାହା କିନ୍ତୁ ଆଇସିସି ସ୍ପଷ୍ଟ କରି ନାହିଁ । ଅର୍ଥାତ ୨୦୨୧ ରେ ପୂର୍ବ ଅଧିକାର ଅନୁଯାୟୀ ଭାରତ ଟ୍ୱେଣ୍ଟି-୨୦ ବିଶ୍ୱକପର ଚତୁର୍ଦ୍ଧଶ ସଂସ୍କରଣ ଆୟୋଜନ କରିବ ନା ଅଷ୍ଟ୍ରେଲିଆ ତ୍ରୟୋଦଶ ସଂସ୍କରଣ ଆୟୋଜନ କରିବ ସେ ବିଷୟରେ ଆଇସିସି ଚୁପ୍ ରହିଛି ।

    Maximum 500 characters

    ଖେଳ ଖବର View all

    Find Us on Facebook