Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତ-ଇଂଲଣ୍ଡ ଟି-୨୦, ଚତୁର୍ଥ ମୁକାବିଲା ଆଜି

    Share on :
    ajab-Image
    Date: Mar 18, 2021    Views: 3918

    ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଟି-୨୦ ଶୃଙ୍ଖଳାର ୪ର୍ଥ ମୁକାବିଲା ହେବ । । ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ ପୁଣିଥରେ ପଡ଼ିଆକୁ ଓହ୍ଲାଇବ । ମ୍ୟାଚ ଜିତିବା ପାଇଁ ଭାରତୀୟ ଟିମ ସ୍ୱତନ୍ତ୍ର ରଣନୀତି ମଧ୍ୟ ପ୍ରସ୍ତୁତ କରିଛି । ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ୫ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ଏହି ମ୍ୟାଚ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଖେଳାଯିବ 

    ତେବେ ଏପର୍ୟ୍ୟନ୍ତ ଶୃଙ୍ଖଳାରେ ଇଂଲଣ୍ଡ ୨-୧ରେ ଅଗ୍ରଣୀ ରହିଛି । ପ୍ରଥମ ମ୍ୟାଚରେ ଇଂଲଣ୍ଡ ୮ ୱିକେଟ ଓ ୩ୟ ମ୍ୟାଚରେ ଭାରତକୁ ୮ ୱିକେଟରେ ପରାସ୍ତ କରିଥିଲା । ୨ୟ ମ୍ୟାଚକୁ ଭାରତ ୭ ୱିକେଟରେ ଜିତିଥିଲା । ତେଣୁ ଆଜିର ମୁକାବିଲା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ମ୍ୟାଚ ଜିତିଲେ ଇଂଲଣ୍ଡ ବିପକ୍ଷରେ ଶୃଙ୍ଖଳା ୨-୨ରେ ଅଗ୍ରଣୀ ରହିପାରିବ । ଇଂଲଣ୍ଡ ବିପକ୍ଷରେ ଭାରତ ଶୃଙ୍ଖଳାର ୫ମ ତଥା ଅନ୍ତିମ ମ୍ୟାଚ ୨୦ ତାରିଖରେ ଖେଳିବ ।

    Maximum 500 characters

    ଖେଳ ଖବର View all

    Find Us on Facebook