Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ଠାରୁ ଭାରତ-ଇଂଲଣ୍ଡ ଟି ୨୦ ସିରିଜ

    Share on :
    ajab-Image
    Date: Mar 12, 2021    Views: 3974

    ନୂଆଦିଲ୍ଲୀ:  ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଟି ୨୦ ସିରିଜର ପ୍ରଥମ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଧଳା ବଲରେ ଖେଳାଯିବ ଏହି ମ୍ୟାଚ୍ । ଟେଷ୍ଟ ସିରିଜକୁ ୩-୧ରେ ଜିତିଥିବା ଭାରତୀୟ ଦଳ ଏହି ଟି ୨୦ ସିରିଜ ଆରମ୍ଭରୁ ଭଲ କରିବାକୁ ଯୋଜନା ରଖିଛି । ତେବେ ଏହି ଟି ୨୦ ସିରିଜରେ ଦଳ ଚୟନ କ୍ୟାପଟେନ୍ କୋହଲିଙ୍କ ପାଇଁ ସୃଷ୍ଟି କରିବ ବଡ ଆହ୍ୱାନ । ଓପନିଂରେ ରୋହିତ , ଓ କେ ଏଲ ରାହୁଲ ଖେଳିବେ । କୋହଲି ତୃତୀୟ ସ୍ଥାନରେ ଖେଳିଲେ , ହାର୍ଦ୍ଦିକ ପାଣ୍ଡ୍ୟା ଓ ରିସଭ୍ ପନ୍ତ ଚତୁର୍ଥ ଓ ପଂଚମ ସ୍ଥାନରେ ଖେଳିବେ । ବର୍ତମାନ ଭାରତୀୟ ଦଳରେ ଭଲ ଫର୍ମରେ ଅଛନ୍ତି ଅଶ୍ୱିନ୍, ୱାଶିଂଟନ ସୁନ୍ଦର ଏବଂ ଅକ୍ଷର ପଟେଲ । ଏପରି ସ୍ଥଳରେ କୁଲଦୀପ ଯାଦବ ଏବଂ ଯୁଯବେନ୍ଦ୍ର ଚହଲଙ୍କ ପାଇଁ ଟି ୨୦ ଦଳରେ ସ୍ଥାନ ପାଇବା କଷ୍ଟକର ବିଷୟ ରହିବ ।
    ସେହିପରି ପେସ୍ ବୋଲିଂ ମଙ୍ଗ ଧରିପାରନ୍ତି ଭୁବନେଶ୍ୱର କୁମାର । ମହମ୍ମଦ ସାମି, ଟି ନଟରାଜନଙ୍କ ପରି ବୋଲର ରହିଥିବାରୁ ଭାରତ କେଉଁ ଖେଳାଳିଙ୍କୁ ନେଇ ଇଂଲଣ୍ଡ ବିପକ୍ଷରେ ପଡିଆକୁ ଓହ୍ଲାଇବ ତାହା ଏକ ପ୍ରଶ୍ନବାଚୀ । ତେବେ ଭାରତ ଟେଷ୍ଟ ସିରିଜରେ ଯେପରି ଖେଳିଥିଲା, ସେହିପରି ଭଲ ପ୍ରଦର୍ଶନ ସହିତ ଟି ୨୦ ସିରିଜରେ ପ୍ରବେଶ କରିବ ବୋଲି ରୋହିତ ଶର୍ମା କହିଛନ୍ତି । ଟେଷ୍ଟ ସିରିଜରେ ପରାସ୍ତ ହୋଇଥିବା ଶକ୍ତିଶାଳୀ ଇଂଲଣ୍ଡ ଦଳ ଟି ୨୦ ସିରିଜ ଆରମ୍ଭରୁ ଏହାର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ ।

    Maximum 500 characters

    ଖେଳ ଖବର View all

    Find Us on Facebook