ମୁଖ୍ୟ ଖବର
ନୂଆଦିଲ୍ଲୀ: ଏସିଆ କପ ଆୟୋଜନ ନେଇ ଉପୁଜି ଥିବା ଆଶଙ୍କା ଦୂର ହେବାକୁ ଯାଉଛି । ଏସୀୟ କ୍ରି୍ରକେଟ ପରିଷଦ (ଏସିସି) ଚଳିତ ବର୍ଷ ଏସିଆ କପ ଆୟୋଜନ କରିବାକୁ ବିଚାର କରୁଛି । ତେବେ ଦିନିକିଆ ପରିବର୍ତ୍ତେ ଏଥର ଟୁର୍ଣ୍ଣାମେଣ୍ଟକୁ ଟ୍ୱି-ଟେଣ୍ଟି ଫର୍ମାଟରେ ଆୟୋଜନ କରିବାକୁ ଫର୍ମାଟରେ ଆୟୋଜନ କରିବାକୁ ବିଚାର କରାଯାଉଛି । ଚଳିତ ବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ ରହିଥିବାରୁ ଏସିଆ କପ ଟି-ଟ୍ୱେଣ୍ଟି ଫର୍ମାଟରେ ଆୟୋଜନରୁ ପ୍ରତ୍ୟେକ ଦଳ ଗ୍ରହଣ କରିବା ଆଶା କରାଯାଉଛି । ଭାରତୀୟ ଦଳ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବା ପରେ ଏସିଆ କପ ଆୟୋଜନ ନେଇ ଆଶଙ୍କା ଉପୁଜିଥିଲା । ହେଲେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ନେଇ ଏସିସି ଯଥା ସମ୍ଭବ ପ୍ରୟାସ ଚଳାଇଛି । ଇତି ମଧ୍ୟରେ ଏସିସି ଓ ବିସିସିଆଇ ମଧ୍ୟରେ ବୈଠକ ଆୟୋଜନ କରାଯାଇ ଏସିଆ କପର କ୍ରୀଡ଼ାସୂଚୀ ପ୍ରସ୍ତୁତ କରାଯିବ । ବିସିସିଆଇ ସମ୍ପାଦକ ଜୟ ଶାହ ବର୍ତ୍ତମାନ ଏସୀୟ କ୍ରିକେଟ ପରିଷଦ ସଭାପତି ଦାୟିତ୍ୱରେ ରହିଛନ୍ତି । ତେଣୁ ଏସିଆ କପ ଆୟୋଜନ ସମ୍ଭବ ହେବା ଆଶା କରାଯାଉଛି । ଜୁନ ଅନ୍ତିମ ଭାଗରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇପାରେ ।
Comments ସମସ୍ତ ମତାମତ