ମୁଖ୍ୟ ଖବର
ସିଡନୀ: ସିଡନୀରେ ଭାରତୀୟ ଦଳ ଲଢୁଆ ପ୍ରଦର୍ଶନ କରିଛି । ଫଳରେ ନିଶ୍ଚିତ ପରାଜୟ ମ୍ୟାଚକୁ ଭାରତ ଡ୍ର ରଖିବାରେ ସକ୍ଷମ ହୋଇଛି । ଷଷ୍ଠ ୱିକେଟରେ ହନୁମା ବିହାରୀ ଓ ଅଶ୍ୱିନ ଲଢୁଆ ପ୍ରଦର୍ଶନ କରିଛନ୍ତି । ୫ମ ୱିକେଟ ପତନ ପରେ ଦୁହେଁ ୪୩ ଓଭର ଖେଳିଥିଲେ । ଉଭୟଙ୍କୁ ଆଉଟ କରିବା ପାଇଁ କୌଣସି ଅଷ୍ଟ୍ରେରିଆ ବୋଲରଙ୍କ ବଲ କାଟୁ କରିନଥିଲା । ଉଭୟଙ୍କୁ ଆଉଟ କରିନପାରି ଅଷ୍ଟ୍ରେଲିଆ ନିରାଶ ହୋଇପଡ଼ିଥିଲା । ଫଳରେ ମ୍ୟାଚ ଡ୍ରରେ ଶେଷ ହୋଇଛି । ୧୬୧ଟି ବଲ୍ର ସମ୍ମୁଖୀନ ହୋଇ ବିହାରୀ ୨୩ ରନ୍ କରିଥିବା ବେଳେ ୧୨୮ ବଲ୍ ଖେଳି ଅଶ୍ୱିନୀ ୩୯ ରନ୍ ସଂଗ୍ରହ କରିଛନ୍ତି। ୧୩୧ ଓଭର୍ ଖେଳି ୫ ଓ୍ଵିକେଟ୍ ବିନିମୟରେ ଭାରତ ୩୩୪ ରନ୍ ସଂଗ୍ରହ କରିଛି। ଉଭୟ ଖେଳାଳି ୪୨.୪ ଓଭର୍ ଖେଳିଛନ୍ତି।
ବିଜୟ ପାଇଁ ୩୦୯ ରନ୍ ଲକ୍ଷ୍ୟ ରଖି ଭାରତ ଦୁଇ ଓ୍ଵିକେଟ୍ ବିନିମୟରେ ୯୮ ରନ୍ ସଂଗ୍ରହ କରିଥିବା ବେଳେ ଚେତେଶ୍ୱର ପୂଜାରା ୨୦୫ ବଲ୍ରେ ୭୭ ରନ୍ ଓ ଋଷଭ ପନ୍ତ ୧୧୮ ବଲ୍ରେ ୯୭ ରନ୍ ସଂଗ୍ରହ କରି ଭାରତର ମୁକାବିଲାକୁ ଆଗେଇ ନେଇଥିଲେ। ଏହା ପୂର୍ବରୁ ସ୍କିପର୍ ଅଜିଙ୍କ୍ୟ ରାହାଣେ ମାତ୍ର ୪ ରନ୍ କରି ଆଉଟ୍ ହୋଇଯାଇଥିଲେ। ଅଷ୍ଟ୍ରେଲିଆ ୩୩୮ ଓ ୩୧୨/୬, ଭାରତ ୨୪୪ ଓ ୩୩୪/୫ । ତୃତୀୟ ମ୍ୟାଚ ସୁଦ୍ଧା ଟେଷ୍ଟ ସରିଜ ୧-୧ରେ ବରାବର ରହିଛି ।
Comments ସମସ୍ତ ମତାମତ