Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବୀରମିତ୍ରପୁର ଥାନା ଅଧିକାରୀ ନିଲମ୍ବିତ

    Share on :
    ajab-Image
    Date: Jun 26, 2020    Views: 2536

    ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରର ନାବାଳିକା ଦୁଷ୍କର୍ମ ଓ ଗର୍ଭବତୀ ମାମଲାରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ମାଝି ନିଲମ୍ବିତ ହୋଇଥିବା ଜଣାଯାଇଛି। ପଶ୍ଚିମାଞ୍ଚଳ ଡିଆଇଜିଙ୍କ ସୂଚନା ଅନୁଯାୟୀ, ଥାନାଧିକାରୀଙ୍କ ସମେତ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଭାର ଜଣେ ମହିଳା ଡିଏସପିଙ୍କୁ ଦିଆଯାଇଛି।
    ବୀରମିତ୍ରପୁର ଥାନା ଅଧିକାରୀଙ୍କ ନାଁରେ ଦୁଷ୍କର୍ମ ଆସିଥିଲା।  ସିଡବ୍ଲୁସିର ରିପୋର୍ଟ ଅନୁସାରେ, ନାବାଳିକା ଜଣଙ୍କ ଗର୍ଭବତୀ ଥିବା ବେଳେ ତାଙ୍କ ଗର୍ଭପାତ କରାଯାଇଛି । ଗତ ୨୨ ତାରିଖରେ ଏଭଳି ଘଟଣା ଜଣାପଡିଥିଲା । ମାର୍ଚ୍ଚ ୨୫ ତାରିଖରେ ଉଦ୍ଧାର ହୋଇଥିବା ନାବାଳିକ ଜଣଙ୍କ ଅଢେଇ ମାସର ଗର୍ଭବତୀ ଥିବା ବେଳେ ଅଭିଯୁକ୍ତ ଥାନା ଅଧିକାରୀ ଆନନ୍ଦ ମାଝୀଙ୍କ ନିର୍ଦେଶ କ୍ରମେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଗର୍ଭପାତ କରାଯାଇଥିଲା । ସେଠାରେ ନାବାଳିକାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା । ଆଉ ସେଠାରେ ହିଁ ସତ ସାମ୍ନାକୁ ଆସିଥିଲା । ଘଟଣାର ତଦନ୍ତ କରିଥିବା ୪ ଜଣିଆ ଡାକ୍ତରୀଦଳ  ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ)ଙ୍କ ନିକଟରେ ଦାଖଲ କରିଛନ୍ତି। ଏହାର ଏକ ନକଲ ଜିଲ୍ଲାପାଳଙ୍କୁ ମଧ୍ୟ ଦିଆଯାଇଛି। 

    Maximum 500 characters

    ଆଂଚଳିକ View all

    Find Us on Facebook