Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଭୋଟିଂ ସୁଶୀଲଙ୍କ ନିୟମ ଉଲ୍ଲଂଘନ

    Share on :
    ajab-Image
    Date: Nov 4, 2020    Views: 4276

    ପାଟନା: ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ବେଳେ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ନିୟମ ଉଲ୍ଲଂଘନ କରିବା ଚର୍ଚ୍ଚାର ବିଷୟ ହୋଇଛି । ସୁଶୀଲ ମୋଦି ସକାଳେ ପାଟନା ସ୍ଥିତ ସେଣ୍ଟ ଜୋସେଫ ହାଇସ୍କୁଲକୁ ଭୋଟ ଦେବାକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଭିଆଇପି ସୁବିଧା ମିଳିଥିଲା । ତାଙ୍କ ପୂର୍ବରୁ ଅନେକ ଲୋକ ଭୋଟ ଦେବା ପାଇଁ ଲମ୍ବା ଲାଇନରେ ଦୀର୍ଘ ସମୟ ଧରି ଠିଆ ହୋଇଥିଲେ ସୁଦ୍ଧା ସୁଶୀଲ ଆଗ ଧାଡ଼ିରେ ଠିଆ ହୋଇନଥିଲେ । ସେ ସିଧା ଆସି ଭୋଟ ଦେଇଥିଲେ । ଏଥିରେ ସାଧାରଣ ଭୋଟର ତୀବ୍ର ପ୍ରତିକି୍ରୟା ପ୍ରକାଶ କରିଥିଲେ । ଏହି ସମୟରେ ଧାଡ଼ିରେ ଠିଆ ହୋଇଥିବା ଜଣେ ଡାକ୍ତର କହିଥିଲେ ଆମେ ଅନେକ ସମୟ ଧରି ଧାଡ଼ିରେ ଠିଆ ହୋଇଛୁ କିନ୍ତୁ ଏଠି କିଛି ଲୋକଙ୍କ ପାଇଁ ଭିଆଇପି ସୁବିଧା ରହିଛି । ଏହା ପରେ ଅନ୍ୟ ଭୋଟରମାନେ ମଧ୍ୟ ସ୍ୱର ଉତ୍ତୋଳନ କରି କହିଥିଲେ, ଆମେ ମାନେ ୬.୩୦ ରୁ ଧାଡ଼ିରେ ଠିଆ ହୋଇଛୁ କିନ୍ତୁ ସୁଶୀଲ ମୋଦି ଜୀ ନିୟମ ନ ମାନି ଭୋଟ ଦେଇଛନ୍ତି । ନେତାଙ୍କ ପାଇଁ ଭୋଟ ନିୟମ କିଭଳି ବଦଳିବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଭୋଟ ଦେବା ପରେ ସୁଶୀଲ ମୋଦି ଗଣମାଧ୍ୟମକୁ କହିଥିଲେ ଲୋକେ କରୋନା ଭୟ ନ କରି ଭୋଟ ଦେଇଛନ୍ତି ଏବଂ ଏହା ବିହାର ପାଇଁ ଶୁଭଙ୍କର ହେବ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook