Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସୁଶାନ୍ତଙ୍କ ସହ ଟାପୁକୁ ଯାଉଥିଲେ ସାରା, ରକୁଲ ଓ ଶ୍ରଦ୍ଧା

    Share on :
    ajab-Image
    Date: Sep 16, 2020    Views: 2851

    ସୁଶାନ୍ତ ମୃତୁକ୍ର ମାମଲାରେ ଡ୍ରଗ୍ସ କାରବାର ସାମନାକୁ ଆସିବା ପରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ, ରକୁଲ ପ୍ରୀତ ଓ ଶ୍ରଦ୍ଧା କପୁରଙ୍କ ସମ୍ପୃକ୍ତି ସାମନାକୁ ଆସିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ (ଏନସିବି) ଏବେ ସୁଶାନ୍ତଙ୍କ ଲୋନାବଲାସ୍ଥିତ ଫାର୍ମ ହାଉସ ସମ୍ମୁଖରେ ଥିବା ଆପତି ଗମ୍ବଡେ ଟାପୁରେ ଛାନଭିନ ଆରମ୍ଭ କରିଛି  । ସୁଶାନ୍ତ ଅଧିକାଂଶ ସମୟରେ ଏହି ଟାପୁରେ ନିଜ ବନ୍ଧୁମାନଙ୍କ ସହ ସମୟ ବିତାଉଥିଲେ  । ଏଠାରେ ଲଗାତାର ନିଶା ପାର୍ଟି ହେଉଥିବା ଜାଣିବାକୁ ପାଇଛି । ଏନସିବି ଏହି ଟାପୁର ଜଣେ ବ୍ୟକ୍ତିଙ୍କର ବୟାନ ରେକର୍ଡ କରିଛି । ଉକ୍ତ ବ୍ୟକ୍ତିଙ୍କ ବୟାନ ଅନୁସାରେ, ସୁଶାନ୍ତଙ୍କ ସହ ରିୟା ବହୁତ ଥର ସେଠାକୁ ଯାଇଛନ୍ତି । ଏଥି ସହ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ସେଠାକୁ ୪ ରୁ ୫ ଥର ଯାଇଥିବା ବେଳେ ସୁଶାନ୍ତଙ୍କ ସହ ଶ୍ରଦ୍ଧା କପୁର ବି ଯାଇଥିବା ଜାଣିବାକୁ ମିଳିଛି । ଏହା ଛଡ଼ା ଲଗାତାର ସୁଶାନ୍ତଙ୍କ ସହ ଦୀପେଶ ସାୱନ୍ତ, ସାମୁଏଲ ମିରାଣ୍ଡା ଓ ସୌଭିକ ଚକ୍ରବର୍ତ୍ତୀ ପ୍ରମୁଖ ମଧ୍ୟ ସେହି ଟାପୁକୁ ଯାଇଥିଲେ  ।

    Maximum 500 characters

    ବିଶେଷ View all

    Find Us on Facebook