ମୁଖ୍ୟ ଖବର
ଭୁବନେଶ୍ୱର: କଲେଜ ପରିଚାଳନା କମିଟିରୁ ରାଜନେତାଙ୍କୁ ବାଦ ଦେବା ନିଷ୍ପତ୍ତି ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ମନ୍ତବ୍ୟରେ କେଁ ପୁରାଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ । ଶ୍ରୀ ସିଂହ କହିଛନ୍ତି ଯେ, ବିଧାୟକମାନେ କମିଟିରେ ରହିବା କଥା । ବିଧାୟକ ସମୟ ଦେଇପାରୁନାହାନ୍ତି, ଶିକ୍ଷାବିତ ସଭାପତି ରହିଲେ ଭଲ । କିନ୍ତୁ ବିଧାୟକମାନଙ୍କୁ ସଭାପତି ନକରି ସଦସ୍ୟ ଭାବେ ରଖାଯାଉ । ବିଧାୟକ କମିଟିରେ ରହିଲେ କଲେଜର ଉନ୍ନତି ହୋଇପାରିବ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିବୁ ବୋଲି ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି ।
ପ୍ରକାଶ ଯେ, ଏଣିକି ଡିଗ୍ରୀ କଲେଜ ପରିଚାଳନା କମିଟିରେ ଆଉ ରାଜନେତା ରହିବେ ନାହିଁ । ରାଜନେତା କିମ୍ବା
ସ୍ଥାନୀୟ ବିଧାୟକ ଡିଗ୍ରୀ କଲେଜ ପରିଚାଳନା କମିଟିରେ ରହିବେ ନାହିଁ ବୋଲି ମନ୍ତ୍ରୀ ଅରୁଣ ସାହୁ ଗତକାଲି କହିଥିଲେ । ରାଜନେତା ବଦଳରେ କେବଳ ଶିକ୍ଷାବିତ ସଦସ୍ୟ ରହିବେ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ । ଅଭିଭାବକ ମହାସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ସାହୁ ଏହା କହିଥିଲେ । ପୂର୍ବରୁ ସ୍ଥାନୀୟ ବିଧାୟକ ପରିଚାଳନା କମିଟିର ସଭାପତି ରହୁଥିଲେ ।
Comments ସମସ୍ତ ମତାମତ