Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସୁଶାନ୍ତଙ୍କ ପୋଷ୍ଟର ରାଜନୀତିକୁ ନେଇ ବିଜେପିକୁ ଘେରିଲେ ବିରୋଧୀ

    Share on :
    ajab-Image
    Date: Sep 8, 2020    Views: 3861

    ପାଟନା : ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି । ବିହାରରେ ବିଜେପି ନିର୍ବାଚନୀ ପ୍ରଚାର ଏଜେଣ୍ଡାରେ ମୃତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ସ୍ଥାନ ଦିଆଯାଇଛି । ବିଜେପି ପକ୍ଷରୁ ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟର ବ୍ୟାନର, ଷ୍ଟିକର ଏବଂ ମାସ୍କ ପ୍ରସ୍ତୁତ ଆରମ୍ଭ ହୋଇଛି । ବିଜେପିର ସାଂସ୍କୃତିକ ଶାଖା ‘କଳା ସଂସ୍କୃତି ମଂଚ’ ଦ୍ୱାରା ସୁଶାନ୍ତଙ୍କ ମୁହଁ ଥିବା ଷ୍ଟିକର ଏବଂ ମାସ୍କ ପ୍ରସ୍ତୁତ କରାଯାଇଛି । ଏଥିରେ ଏହି ବାର୍ତ୍ତା ଦିଆଯାଇଛି ଯେ ଆମେ କାହାକୁ ଭୁଲିନୁ କି ଭୁଲିବୁନି । ସୁଶାନ୍ତଙ୍କ ମୃତୁ୍ୟ ମାମଲାରେ ସିବିଆଇ ତଦନ୍ତ ପ୍ରସଙ୍ଗରେ ନୀତୀଶଙ୍କ ନେତୃତ୍ୱାଧୀନ ବିଜେପି ସରକାରର ଭୂମିକା ବିଷୟରେ ଜଣାଇବା ପାଇଁ ଏହି ବାର୍ତ୍ତା ଦିଆଯାଇଛି । ବିଜେପି କଳା ସଂସ୍କୃତି ମଞ୍ଚର ରାଜ୍ୟ ସଂଯୋଜକ ବରୁଣ କୁମାର ସିଂହ କହିଛନ୍ତି, ଏଯାବତ ୩୦ ହଜାର ଷ୍ଟିକର, ପୋଷ୍ଟର  ୩୦ ହଜାର ଫେସ ମାସ୍କ  ପ୍ରିଣ୍ଟ ହୋଇଛି । ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଏହି ପ୍ରକି୍ରୟା ଆରମ୍ଭ ହୋଇଛି ବୋଲି ସିଂହ କହିଛନ୍ତି । ବିରୋଧୀ ଆରଜେଡି ଏବଂ କଂଗ୍ରେସ ଉକ୍ତ ଘଟଣାରେ ତୀବ୍ର ପ୍ରତିକି୍ରୟା ପ୍ରକାଶ କରି କହିଛନ୍ତି, ବିଜେପି ରାଜନୈତିକ ଫାଇଦା ପାଇଁ ସୁଶାନ୍ତଙ୍କ ମୃତୁ୍ୟ ମାମଲାକୁ ବ୍ୟବହାର କରୁଛି । ନୀତୀଶ କୁମାର ଏବଂ ବିଜେପିର ରାଜ୍ୟରେ ବନ୍ୟା ପାଇଁ କୌଣସି ଉତ୍ତର ନାହିଁ । ସେମାନଙ୍କ ନିକଟରେ କେବଳ ସୁଶାନ୍ତ ଏବଂ ରିୟା ମାମଲା ରହିଛି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୂର୍ଯେ୍ୟୱାଲା କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook