Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ‘ସୁଶାନ୍ତ ବିହାରୀ, ରିୟା ବଙ୍ଗାଳୀ’, ଆରମ୍ଭ ହେଲା ରାଜନୀତି

    Share on :
    ajab-Image
    Date: Sep 15, 2020    Views: 4134

    ନୂଆଦିଲ୍ଲୀ : ସୁଶାନ୍ତ ସିଂହ ରାଜପୁତ ମାମଲାରେ ଏବେ ରାଜନୀତି ପଶିଯାଇଛି  । ସାଦାସିଧା ରାଜନୀତି ସିଧା ଆଂଚଳିକବାଦ ଧସାଇ ପଶିଛି  । ଗୋଟିଏ ପଟେ ସୁଶାନ୍ତ ସିଂହ ରାଜପୁତଙ୍କୁ ବିହାର ସହ ଯୋଡ଼ି ବିଜେପି ରାଜନୀତି କରୁଥିବାବେଳେ ଅପରପକ୍ଷରେ ରିୟା ଚକ୍ରବର୍ତୀଙ୍କୁ ବଙ୍ଗାଳୀ ବ୍ରାହ୍ମଣ କହି ରାଜନୀତି ଆରମ୍ଭ କରିଛି ପଶ୍ଚିମବଙ୍ଗ କଂଗ୍ରେସ  ।

    ରିୟାଙ୍କ ପୈତୃକ ଘର ପୁରିଲିୟାର ବାଘମୁଣ୍ଡି ଅନ୍ତର୍ଗତ ଟୁନଟୁରୀ ଗାଁରେ ଅବସ୍ଥିତ  । ତାଙ୍କ ପରିବାର ଏଠାରେ ରହୁନଥିଲେ ବି ରିୟାଙ୍କୁ ବଙ୍ଗାଳୀ ଝିଅ ବୋଲି କୁହାଯାଉଛି  । ସେହିପି ତାଙ୍କ ପୈତୃକ ଘର ଦୁର୍ଗାପୂଜା ମହୋତ୍ସବର କେନ୍ଦ୍ରସ୍ଥଳୀ ବୋଲି କୁହାଯାଇଛି । ରିୟା ଚକ୍ରବର୍ତୀଙ୍କ ସମର୍ଥନରେ ପଶ୍ଚିମବଙ୍ଗ କଂଗ୍ରେସ ରାସ୍ତା ଉପରକୁ ଓହ୍ଲାଇଛି  । କଂଗ୍ରେସ ଦେଖାଦେଖି ଟିଏମସି ବି ସାମ୍ନାକୁ ଆସିଛି  । ରିୟାଙ୍କୁ ଟାର୍ଗେଟ କରି ବିଜେପି ବଙ୍ଗାଳୀଙ୍କୁ ଟାର୍ଗେଟ କରୁଛି ବୋଲି ତୃଣମୂଳକଂଗ୍ରେସ ପକ୍ଷରୁ କୁହାଯାଇଛି  । ଅପରପକ୍ଷରେ ସିପିଏମ ବି ପଛରେ ପଡ଼ିନାହିଁ । ରିୟାଙ୍କ ପ୍ରସଙ୍ଗରେ ଦଳ ବିଜେପିକୁ ବି ସମାଲୋଚନା କରିବାକୁ ପଛାଇ ନାହିଁ  ।

    ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଭାବେ ସାଂସଦ ଅଧିର ରଂଜନ ଦାୟିତ୍ୱ ନେବା ପରେ ରିୟାଙ୍କ ପ୍ରସଙ୍ଗ ଉଠାଇ ବିଜେପିକୁ ସମାଲୋଚନା କରିଛନ୍ତି  ।  

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook