Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସଙ୍ଗୀତ କ୍ଷେତ୍ରକୁ ପାଦ ବଢେ଼ଇଛନ୍ତି ସୁର, ଗାଇଲେ ରାପ

    Share on :
    ajab-Image
    Date: Nov 21, 2020    Views: 3327

    ଭୁବନେଶ୍ୱର: ବେଫିକର ଓ ସ୍ପଷ୍ଟବାଦୀ ବୟାନବାଜି ପାଇଁ ସବୁବେଳେ ଚର୍ଚ୍ଚାରେ ରହୁ୍ଥିବା ବିଧାୟକ ସୁରେଶ ରାଉତରାୟ ଏଥର ସଙ୍ଗୀତ କ୍ଷେତ୍ରକୁ ପାଦ ବଢେ଼ଇଛନ୍ତି । ରଙ୍ଗବତୀ ....ଶୀର୍ଷକ ଏକ ନୂଆ ଗୀତରେ ସେ ରାପ ପରିବେଷଣ କରିଛନ୍ତି । ସଙ୍ଗୀତ ନିଦେ୍ର୍ଧଶକ ଜାପାନୀଙ୍କ ନିଦେ୍ର୍ଧଶନାରେ ସେ ଓଡ଼ିଆ ଶ୍ରୋତାଙ୍କୁ ରାପ ସଙ୍ଗୀତ ଭେଟି ଦେଇଛନ୍ତି । ଅରମାନ ମୁ୍ୟଜିକ ପ୍ରାୟୋଜିତ ଏହି ଗୀତରେ କଣ୍ଠଦାନ କରିଛନ୍ତି ଲୋପାମୁଦ୍ରା ନାୟକ ଓ ଜ୍ୟୋତିର୍ମୟୀ । ଗୀତ ଲେଖିଛନ୍ତି ତପୁ ନାୟକ । ସଭା ମଞ୍ଚରେ ତାଙ୍କର ଭାଷଣ ବାଜି ଦର୍ଶକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରୁଥିବା ବେଳେ ଏହି ଗୀତରେ ବି ଶ୍ରୀ ରାଉତରାୟଙ୍କ ମୁହଁରୁ କିଛି ଚିରାଚରିତ ବାକ୍ୟ ଶୁଣିବାକୁ ମିଳିବ । ରାଜନୀତି ମଇଦାନରେ ଚର୍ଚ୍ଚାରେ ରହୁଥିବା ଶ୍ରୀ ରାଉତରାୟଙ୍କ ସ୍ୱର ଶ୍ରୋତାମାନଙ୍କୁ ବାନ୍ଧି ରଖିବ ନା ନାହିଁ, ତାହା ଗୀତଟି ମୁକ୍ତିଲାଭ ପରେ ଜଣାପଡ଼ିବ । ଏହା ପୂର୍ବରୁ ବିଧାୟକ ତାରାପ୍ରସାଦ ବାହିନୀପତି ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ । ଗୀତଟି କଟକର ମିଲନ ଷ୍ଟୁଡିଓରେ ରେକର୍ଡ ହୋଇଛି । ତେବେ ସମ୍ବଲପୁରୀ ରଙ୍ଗବତୀ ଗୀତ ସହ ରେକର୍ଡ ହୋଇଥିବା ଗୀତର କୌଣସି ସମ୍ପର୍କ ନାହିଁ ବୋଲି ସଙ୍ଗୀତ ନିଦେ୍ର୍ଧଶକ ଜାପାନୀ କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook