Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମହାନଦୀ ପ୍ରସଙ୍ଗରେ ଏହା କହିଲେ ସୁର

    Share on :
    ajab-Image
    Date: Jul 11, 2020    Views: 4248

    ଭୁବନେଶ୍ୱର: ଟ୍ରିବୁ୍ୟନାଲରେ ମହାନଦୀ ମାମଲାର ଶୁଣାଣି ପରିପ୍ରେକ୍ଷୀରେ ଶନିବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଓଡ଼ିଶା ସରକାରଙ୍କ କିଛି ଅଭିମୁଖ୍ୟ ନଥିବା ସୁର ରାଉତରାୟ କହିଛନ୍ତି ।  ଏହାଛଡ଼ା ସେ କହିଛନ୍ତି ଯେ, ଛତିଶଗଡ଼ ବନ୍ଧ ବାନ୍ଧୁଥିବାବେଳେ ଜଳସେଚନ ବିଭାଗ କ’ଣ କରୁଥିଲା ।  ଆରମ୍ଭ ବେଳେ କିଛି କଲେନି । ସରିବା ପରେ କହିଲେ କିଛି ଲାଭ ହେବନି ।  ତଳିଆ ଅଞ୍ଚଳରେ ୧୧ଟି ଆଡ଼ିବନ୍ଧ ହେଲେ ଓଡ଼ିଶାବାସୀ ପାଣି ପାଇପାରିବେ ବୋଲି ସୁର ରାଉତରାୟ କହିଛନ୍ତି । 

    ଏହା ପୂର୍ବରୁ  ଟ୍ରିବୁ୍ୟନାଲରେ ମହାନଦୀ ମାମଲାର ଶୁଣାଣି ପରିପ୍ରେକ୍ଷୀରେ  ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ ଯେ,  ଜଳ ବିବାଦ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ସହମତି ହୋଇନାହିଁ ।  ଟ୍ରିବୁ୍ୟନାଲ କ’ଣ ନିଷ୍ପତ୍ତି ଶୁଣାଇବ ତାକୁ ଅପେକ୍ଷା କରାଯାଇଛି ।  ଛତିଶଗଡ଼ରେ ସକରକାର ବଦଳିଥିଲେ ମଧ୍ୟ ମହାନଦୀ ଅଭିମୁଖ୍ୟ ବଦଳି ନାହିଁ ।  ଓଡ଼ିଶା ସରକାରଙ୍କ ଅଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ ଘଟିନି ।  ଆମର ବିଶ୍ୱାସ ମହାନଦୀରୁ ଆମର ଭାଗ ଆମେ ପାଇବୁ । ଆପୋଷ ଆଲୋଚନାରେ ସମାଧାନ ହିଁ ଶେଷ ପନ୍ଥା ବୋଲି ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ । 

    ପ୍ରକାଶ ଯେ, ଆଜି ଭିଡିଓ କନଫରେନ୍ସିଂ ଜରିଆରେ  ମହାନଦୀ ଜଳ ବିବାଦ ଟ୍ରିବୁ୍ୟନାଲରେ  ମାମଲାର ଶୁଣାଣି କରାଯିବ ।  ସେହିଭଳି ଆନ୍ତଃରାଜ୍ୟ ଜଳ ବିବାଦ ଆଇନ ୧୯୫୬ର ଧାରା ୯ ଅନୁଯାୟୀ କେନ୍ଦ୍ରୀୟ ଜଳ ଆୟୋଗ, କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଓ ଭାରତୀୟ ପାଣିପାଗ ବିଭାଗ ଠାରୁ ତଥ୍ୟ ମାଗଯିବ କି ନାହିଁ ଛତିଶଗଡ଼ ସରକାରଙ୍କ ତରଫରୁ ଆଗତ ଦୁଇଟି ଆବେଦନ ଏବଂ ଓଡ଼ିଶା ସରକାରଙ୍କ ତରଫରୁ ଆଗତ ଗୋଟିଏ  ଆବେଦନର ବିଚାର କରିବେ ଟ୍ରିବୁ୍ୟନାଲ । ଏହି ମାମଲାରେ ଜଡ଼ିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ରିପୋର୍ଟ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ପାଖରେ ରହିଛି ବୋଲି ଉଭୟ ସରକାର ଟ୍ରିବୁ୍ୟନାଲଙ୍କୁ ଆବେଦନ ଜରିଆରେ ଜଣାଇଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook