Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପୁଣି ବର୍ଷିଲେ ସୁର, କାହିଁକି ଜାଣନ୍ତୁ

    Share on :
    ajab-Image
    Date: Jun 7, 2020    Views: 4551

    ଭୁବନେଶ୍ୱର:  ଆସନ୍ତା ୮ ତାରିଖ ଅପରାହ୍ନ ୩.୩୦ରେ ବିଜେପି ପକ୍ଷରୁ ଡିଜିଟାଲ ରାଲି ଅନୁଷ୍ଠିତ ହେବ ।  ମୋଦି ସରକାରଙ୍କ ବର୍ଷପୂର୍ତ୍ତି ସଫଳତା ନେଇ ଏହି ଡିଜିଟାଲ ରାଲି ଅନୁଷ୍ଠିତ ହେବ ।  ଏହି ରାଲିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିବାର କାର୍ୟ୍ୟକ୍ରମ ରହିଛି ।  ଏହାଛଡ଼ା ପଶ୍ଚିମବଙ୍ଗ ଓ ବିହାର ଲୋକଙ୍କୁ ମଧ୍ୟ ଅମିତ ଶାହା ସମ୍ବୋଧନ କରିବେ ।  ଏହି ଡିଜିଟାଲ ରାଲିଲେ ଲକ୍ଷାଧିକ ଲୋକଙ୍କୁ ସାମିଲ କରାଯିବାର ଯୋଜନା ରହିଛି ।  ତେବେ ବିଜେପିର ଏହି ଭର୍ଚୁ୍ୟଆଲ ରାଲିକୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସୁରରାଉତ ରାୟ ।  ସେ କହିଛନ୍ତି ଯେ, ଲକଡାଉନ ଓ ସଟଡାଉନ ବେଳେ ଏପରି ରାଲି ଆୟୋଜନ ବେଆଇନ ।  ରାଜନୈତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଥିବାବେଳେ ସ୍ୱରାଷ୍ଟ୍ରମନ୍ତ୍ରୀ କିପରି ଭାଷଣ ଦେବେ ବୋଲି ଶ୍ରୀ ରାଉତରାୟ  ପ୍ରଶ୍ନ କରିଛନ୍ତି । 

    ଅନ୍ୟପକ୍ଷରେ ପ୍ରବାସୀ ଶ୍ରମିକଙ୍କ ଚାଲି ଚାଲି ଫେରିବା ଘଟଣାକୁ ଶ୍ରୀ ରାଉତରାୟ ଭୟଙ୍କର ସ୍ଥିତି ବୋଲି କହିଛନ୍ତି ।  ଏହାଛଡ଼ା ଓଡ଼ିଶାରେ କରୋନା ସାମ୍ପଲ ପରୀକ୍ଷା ନେଇ ମଧ୍ୟ ଶ୍ରୀ ରାଉତରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ।  ମୁଖ୍ୟମନ୍ତ୍ରୀ ଦିନକୁ ୧୫ ହଜାର ସାମ୍ପଲ ପରୀକ୍ଷା ହେବ ବୋଲି କହିଥିଲାବେଳେ  ମାତ୍ର ୨ରୁ ୩ ହଜାର ହେଉଥିବା ଶ୍ରୀ ରାଉତରାୟ କହିଛନ୍ତି । ତେବେ  ଦୈନିକ ୧୦ ହଜାର ଟେଷ୍ଟ ନକଲେ ଆନେ୍ଦାଳନ କରିବାକୁ  ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook