Share on : 
 0
 
                
 
                
                    Date: Jan 25, 2021    Views:  4141
                
                     
                                                             
ଭୁବନେଶ୍ୱର  – ଭୁବନେଶ୍ୱର ଉପକଣ୍ଠସ୍ଥ ଜଟଣୀ ନିର୍ବାଚନ ମଣ୍ଡଳୀର ସିଜିପୁର ମୌଜାର ଖାତା ନଂ ୧୮୧, ୧୮୨, ୧୮୪ ର ୧୪ ଗୋଟି ପ୍ଲଟରେ ହାରାହାରି ୩୦୦ ପରିବାର ଦୀର୍ଘ ବର୍ଷ ଧରି ବସବାସ କରି ଆସୁଛନ୍ତି । ଏହି ଅବସରରେ କଳିଙ୍ଗ ଗରିବ ବିକାଶମୁଖୀ ସଂଗଠନର ଏକ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ କହିଲେ ଯେ ସେଠାରେ ବସବାସ କରୁଥିବା ସାଧାରଣ ଲୋକଙ୍କ ସ୍ଥାୟୀ ପଟ୍ଟା ପାଇଁ ସରକାରଙ୍କୁ ଅନୁରୋଧ କରିବେ ବୋଲି ଆଶ୍ୱାସନା ଦେଇଥିଲେ । ସରକାର ସେମାନଙ୍କର ବସବାସ କରୁଥିବା ଜମି, ଖେଳପଡିଆ, ଶ୍ମଶାନ ଜମିକୁ ରାଜ୍ୟ ସରକାର ନେଇଯିବାକୁ ଯେଉଁ ଚକ୍ରାନ୍ତ କରୁଛନ୍ତି ତାକୁ ସଫଳ କରିବାକୁ ଦିଆଯିବ ନାହିଁ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।
 
ଏହି ସମାବେଶରେ ତମାଣ୍ଡୋ ସରପଂଚ ଜଗମୋହନ ପ୍ରଧାନ, ଯୁବନେତା ମନ୍ମଥ ରାଉତରାୟଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଗରିବମାନଙ୍କ ସ୍ଥାୟୀ ବସବାସ କରିବା ବାବଦରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ସଂଗଠନର ସଂପାଦକ ସମୀର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାବେଶରେ ଗ୍ରାମବାସୀବୃନ୍ଦ ଉପସ୍ଥିତ ଥିଲେ ।
                                        
                    
                
  	
                
                
             
        
Comments ସମସ୍ତ ମତାମତ