Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ବଲାଙ୍ଗୀର: ପାଟଣାଗଡ଼ ରାସ୍ତାର ଏକ ଢାବାରୁ ୫ ହଜାର ବୋତଲ କଫ ସିରଫ ଜବତ, ୨ ଗିରଫ

banner

ଖେଳ ଖବର

ମୁଖ୍ୟ ଖବର

    ସିଏସକେ ମୋ ପରିବାର ଭଳି : ରାଇନା

    Share on :
    ajab-Image
    Date: Sep 4, 2020    Views: 3456

    ଚେନ୍ନାଇ: ଇଣ୍ଡିଆନ ପି୍ରମିୟର ଲିଗ (ଆଇପିଏଲ)ରୁ ଚେନ୍ନାଇ ସୁପରକିଙ୍ଗସ ଖେଳାଳି ସୁରେଶ ରାଇନା ଓହରି ଯିବା ପରେ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ରାଇନାଙ୍କ ପ୍ରତ୍ୟାବର୍ତ୍ତନ ନେଇ ଟିମ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବେ ବୋଲି ମାଲିକ ଏନ ଶ୍ରୀନିବାସନ ମତ ଦେବା ପରେ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ଆଶା  ବଢ଼ିଛି । ପୁଅକୁ ଗାଳି ଦେବାର ଅଧିକାର ବାପାର ଅଛି । ଶ୍ରୀନିବାସନ ପିତୃତୁଲ୍ୟ । ମୋତେ ଗାଳି ଦେବାର ଅଧିକାର ତାଙ୍କର ରହିଛି ବୋଲି ରାଇନା କହିଛନ୍ତି । ସିଏସକେ ମୋ ପରିବାର ଭଳି । ପରିବାର ସହିତ ଯୋଗଦେବା ନଦେବା ମୋର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ରାଇନା କହିଛନ୍ତି । ଗତ ସପ୍ତାହରେ ଦୀପକ ଚହଲଙ୍କ ସମେତ ସିଏସକେ ଦଳର ୧୩ ଜଣଙ୍କ ଠାରେ କୋଭିଡ-୧୯ ଦେଖିବାକୁ ମିଳିଥିଲା । ତେବେ ଜୈବ ସୁରକ୍ଷିତ ପରିଧି ନିୟମ ଉଲ୍ଲଂଘନ ନେଇ ବିବାଦ ସୃଷ୍ଟି ହୋଇଥିଲା । ଉକ୍ତ ବିବାଦ ପରେ ରାଇନା ସିଏସକେ କ୍ୟାମ୍ପ ଛାଡ଼ି ୟୁଏଇରୁ ଘରକୁ ଫେରି ଆସିଥିଲେ । ରାଇନା ଆଇପିଏଲରୁ ଓହରି ଯିବା ପରେ ଏନ ଶ୍ରୀନିବାସନ୍ ଅସନ୍ତୋଷ ଜାହିର କରିଥିବା ବେଳେ ପରବର୍ତ୍ତୀ ସମୟରେ ସ୍ୱଭାବ ପ୍ରଦର୍ଶନ କରିଥିଲେ । ରାଇନାଙ୍କୁ ପୁଅ ଭଳି ଦେଖେ । କି୍ରକେଟ ମାମଲାରେ ଫ୍ରାଞ୍ଚାଇଜ କେବେ ମୁଣ୍ଡ ପୁରାଏନି । ରାଇନାଙ୍କ ପ୍ରତ୍ୟାବର୍ତ୍ତନ ନେଇ ମୋର କିଛି କହିବାର ନାହିଁ । 

    Maximum 500 characters

    ଖେଳ ଖବର View all

    Find Us on Facebook