Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀଙ୍କୁ ସୁରେଶ ପୂଜାରୀଙ୍କ ଚିଠି

    Share on :
    ajab-Image
    Date: Jul 26, 2020    Views: 3846

    ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବିଜେପି ସାଂସଦ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ।  ପଶ୍ଚିମ  ଓଡ଼ିଶାର ଡାକ୍ତରଙ୍କ ବଦଳି ନିଦେ୍ର୍ଧଶକୁ ବାତିଲ କରିବାକୁ ଶ୍ରୀ ପୂଜାରୀ ଉକ୍ତ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।  ବଦଳି ହୋଇଥିବା ଡାକ୍ତରଙ୍କୁ ପୂର୍ବ କର୍ମକ୍ଷେତ୍ରକୁ ଫେରାଇ ଆଣିବାକୁ ସେ ଅନୁରୋଧ କରିଛନ୍ତି ।  ଡାକ୍ତରଙ୍କ ବଦଳି ଯୋଗୁଁ ପଶ୍ଚିମ ଓଡ଼ିଶାରେ କରୋନା ଡୁ୍ୟଟି ପ୍ରଭାବିତ ହେବ ବୋଲି କହି ଡାକ୍ତରଙ୍କ ବଦଳି ନିଦେ୍ର୍ଧଶ ବାତିଲ କରିବାକୁ ସୁରେଶ ପୂଜାରୀ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି । 

    ପୂର୍ବରୁ ଗଞ୍ଜାମରେ ନିୟୋଜିତ ଆମ ଡାକ୍ତରଙ୍କୁ ଫେରାଇ ନଆଣିଲେ ନିଆଁ ଜାଳିବ  ବୋଲି କଂଗ୍ରେସ ନେତା ପ୍ରଦୀପ ମାଝୀ  କହିଥିଲେ ।   ସେ କହିଥିଲେ ଯେ, ଆମ ୬ ଆଦିବାସୀ ଜିଲ୍ଲାର ଲୋକଙ୍କୁ ରାଜ୍ୟ ସରକାର କରୋନା ସମୟରେ ମୃତୁ୍ୟମୁଖକୁ ଠେଲି ଦେଇଛନ୍ତି । ଆଦିବାସୀ ଜିଲ୍ଲାରୁ ୧୦୦ ଡାକ୍ତରଙ୍କୁ ଗଞ୍ଜାମ ପଠାଇ ଦେଲେ ।  ନିଜ ନିର୍ବାଚନମଣ୍ଡଳୀ ଓ ଗଞ୍ଜାମ  ଜିଲ୍ଲା ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏତେ ଦରଦ କାହିଁକି ବୋଲି ପ୍ରଦୀପ ମାଝୀ ପ୍ରଶ୍ନ କରିଥିଲେ ।  ଏହାଛଡ଼ା ନବୀନ କ’ଣ ଆମ ମୁଖ୍ୟମନ୍ତ୍ରୀ ନୁହନ୍ତି ।  ଆମ ଜୀବନ କ’ଣ ଏତେ ଶସ୍ତା ।  ତେବେ  ଗଞ୍ଜାମରେ ନିୟୋଜିତ ଆମ ଡାକ୍ତରଙ୍କୁ ଫେରାଇ ନଆଣିଲେ ନିଆଁ ଜାଳିବ ବୋଲି ସେ କହିଥିଲେ  । 

    Maximum 500 characters

    ରାଜନୀତି View all

    Find Us on Facebook