Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଟ୍ୱିନ୍ ସିଟିରେ ଦେଢ଼ଘଣ୍ଟା ଧରି ପ୍ରବଳ ବର୍ଷିଲା

ଓଡିଶା ଫେରିଲେ କେରଳରେ ଫସିରହିଥିବା ୧୬୯ ଓଡିଆ ଝିଅ

ଆଜିଠାରୁ ପୁଣି ଥରେ ଆରମ୍ଭ ହେଲା ଶ୍ରୀମନ୍ଦିର ସୌନ୍ଦର୍ୟ୍ୟକରଣ କାର୍ୟ୍ୟ

ଆଠଗଡ :ପୁଅକୁ ମାରି ବାଡି ପଛ ପଟେ ପୋତି ଦେଇଥିଲା ବାପା

ପୁଣି ୬୩ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି

banner

ଆଂଚଳିକ

ମୁଖ୍ୟ ଖବର

    ସୁରତରୁ ସାଇକେଲରେ ଫେରିଲେ ପ୍ରବାସୀ

    Share on :
    ajab-Image
    Date: May 14, 2020    Views: 3269

    ବେଗୁନିଆ : କରୋନା ଏବେ ଶ୍ରମିକମାନଙ୍କ ଉପରେ ଚଡ଼କ ପକାଇଛି  । ବାହାର ରାଜ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି  । ତେବେ ଏଭଳି ସ୍ଥିତିରେ ସୁରତରୁ ସାଇକେଲ ଯୋଗେ ଗାଁକୁ ଫେରିଛନ୍ତି ୫ ପ୍ରବାସୀ ଓଡ଼ିଆ  । 

    ଘଟଣାଟି ଏମିତି  । ଲକଡାଉନ ପାଇଁ ସୁରତରେ ଫସି ରହିଥିଲେ ଅନେକ ପ୍ରବାସୀ  । କମ୍ପାନୀ ବନ୍ଦ ରହିଥିବାରୁ ସେମାନଙ୍କୁ କାମଦାମ ମିଳିନଥିଲା  । ଖାଇବା ପିଇବାରେ ସମସ୍ୟା ଲାଗି ରହିଥିଲା  । ତେଣୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ଗ୍ରାମ ପଂଚାୟତର ଡଙ୍ଗରପଡ଼ା ଗାଁର ପ୍ରମୋଦ ସାମନ୍ତରାୟ ଓ ତାଙ୍କର ୪ ଜଣ ସାଥି ସାଇକେଲ ଯୋଗେ ଗାଁକୁ ଫେରିବାକୁ ନିଷ୍ପତି ନେଇଥିଲେ । ସରକାରଙ୍କ ପକ୍ଷରୁ ପ୍ରବାସୀ ଓଡ଼ିଆଙ୍କୁ ଟ୍ରେନରେ ଆଣିବାର ବ୍ୟବସ୍ଥା କରାଯାଇଛି  । ହେଲେ ଟ୍ରେନରେ ଫେରିଲେ ସଂକ୍ରମଣର ଆଶଙ୍କା ରହିଥିବା ଅନୁମାନ କରି ୫ ଜଣ ଯାକ ସାଇକେଲରେ ଫେରିବାକୁ ନିଷ୍ପତି ନେଇଥିଲେ  । ସୁରଟରୁ ସାଇକେଲରେ ୨୦୦ କିମି ଆସିବା ପରେ ଗୁଜୁରାଟ ପୁଲିସ ତାଙ୍କୁ ଅଧାବାଟରେ ଫେରାଇ ଦେଇଥିଲା  । ସେମାନେ ପୁଣି ଫେରିଆସି କମ୍ପାନୀ କର୍ତୃପକ୍ଷଙ୍କୁ ଭେଟିଥିଲେ  । ଗୋଟିଏ ରାତି ରାସ୍ତା କଡ଼ରେ କଟାଇବା ପରେ  ପ୍ରଶାସନ ଠାରୁ ଅନୁମତି ଆଣି ଗତ ୨ରେ ସେମାନେ ପୁଣି ଓଡ଼ିଶା ଅଭିମୁଖେ ବାହାରିଥିଲେ  । ବାଟରେ ଆସିବା ବେଳେ ସେମାନଙ୍କୁ ଲୋକଙ୍କ ଠାରୁ ଗାଳିଗୁଲଜ ମଧ୍ୟ ଶୁଣିବାକୁ ମିଳିଥିଲା  । କାଳବୈଶାଖୀ ଯୋଗୁଁ ସେମାନେ ବୌଦ୍ଧ ଜିଲ୍ଲାର ଏକ ପେଟ୍ରାଲ ପମ୍ପରେ ଠିଆ ହୋଇ ରହିଥିଲେ । ଏକଥା ଜାଣିବା ପରେ ଲୋକମାନେ ସେମାନଙ୍କୁ ଗାଳିଗୁଲଜ କରିବା ସହ ପୁଲିସ ସେମାନଙ୍କୁ ସଂଗରୋଧ କେନ୍ଦ୍ରକୁ ନେଇ ଯାଇଥିଲା  । ତେବେ ଏନେଇ ସୂଚନା ପାଇବା ପରେ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋଡର଼୍ ଅଧ୍ୟକ୍ଷ ତଥା ବିଧାୟକ ପ୍ରଶାନ୍ତ କୁମାର ଜଗଦେ୍ଧବ ହସ୍ତକ୍ଷେପ କରିଥିଲେ  । ସୁରଟରୁ ଆଣିଥିବା ଅନୁମତି ପତ୍ର ପୁଲିସକୁ ଦେଖାଇବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା  ।

    ଅପରପକ୍ଷରେ ଛାତ୍ର ନେତା ବିଶ୍ୱଦୀପ ପ୍ରଧାନଙ୍କ ନେତୃତ୍ୱରେ ଗୌତମ ସ୍ୱାଇଁ, ବିଶ୍ୱଜିତ ଭୁଜବଳ, ରମାକାନ୍ତ ଜଗଦେ୍ଧବ, ଆନନ୍ଦ ପଟ୍ଟନାୟକ, ହାଡ଼ିବନ୍ଧୁ ନାୟକ, ମୁନା ନାୟକ, ଲିଙ୍ଗରାଜ ସାମନ୍ତରାୟ ପ୍ରମୁଖ ୫ ପ୍ରବାସୀ ଓଡ଼ିଆଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ଖାଇବା ପିଇବାର ବ୍ୟବସ୍ଥା କରିଥିଲେ । ପ୍ରମୋଦ ତାଙ୍କ ଗାଁକୁ ଫେରିଥିବାବେଳେ ତାଙ୍କର ୪ ସାଥି କଣାସ ଯାଇଥିଲେ  । ୧୦ ଦିନ ଧରି ୧୬ ଶହ କିମି ସାଇକେଲ ଚଳାଇ ଆସିବା ପରେ ସେମାନେ ଏବେ ସଂଗରୋଧ କେନ୍ଦ୍ରରେ ରହିଛନ୍ତି । ଅପରପକ୍ଷରେ ଶ୍ରୀ ଜଗଦେ୍ଧବ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ପ୍ରବାସୀ ଓଡିଆମାନଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି  ।

    Maximum 500 characters

    ଆଂଚଳିକ View all

    Find Us on Facebook