Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେଡି ସହ ହାତ ମିଳାଇଛି ବିଜେପି: ସୁର

    Share on :
    ajab-Image
    Date: Oct 26, 2019    Views: 506

    ଭୁବନେଶ୍ୱର: ଶେଷ ହୋଇଛି ବିଜେପୁର ଉପନିର୍ବାଚନ । ଆଉ ଏଥିରେ ବିଜେଡି ଏକ ନୂଆ ରେକର୍ଡ ସହ ବାଜିମାତ କରିଛି । ବିଜେଡି ପ୍ରାର୍ଥୀ ରୀତା ସାହୁ ଉଭୟ କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି ।  ତେବେ ନିଜର ପରାଜୟ ପାଇଁ  ଉଭୟ ବିଜେପି ଓ କଂଗ୍ରେସ ବିଜେଡି ଉପରେ ଦୋଷ ଲଦୁଥିବାବେଳେ ଶନିବାର  କଂଗ୍ରେସର ବରିଷ୍ଠ ନେତା ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି । ଖାଲି ସେତିକି ନୁହେଁ ବିଜେପୁରରେ ବିଜେପି ବିଜେଡି ସହ ହାତ ମିଶାଇ ଦେଇଥିବା କହିଛନ୍ତି । 

    ଶ୍ରୀ ରାଉତରାୟ କହିଛନ୍ତି ଯେ, ବିଜେପୁରରେ ବିଜେଡି ପ୍ରଚୁର ଟଙ୍କା ବାଣ୍ଟିଥିଲା । ମାଳ ମାଳ ନେତା ଜଗିଥିଲେ । ସେଠାରେ ବିଜେପି ଓ କଂଗ୍ରେସ ଅଚେତ ହୋଇ ମରିପଡ଼ିଥିଲେ ।  ବିଜେପୁରରେ କଂଗ୍ରେସର କିଛି ନଥିଲା । ସେଠାରେ ଦଳୀୟ ପ୍ରାର୍ଥୀ ଏକା ବୁଲୁଥିଲେ ।  ପୋଷ୍ଟର, ବ୍ୟାନର, ଅଫିସ ଓ ଟଙ୍କା, କଂଗ୍ରେସର କିଛି ନଥିଲା ।

    କଂଗ୍ରେସ ଭଳି ବିଜେପୁରରେ ବିଜେପିର ସମ ଅବସ୍ଥା ରହିଥିଲା । ବିଜେପିର ବି ପୋଷ୍ଟର କି ବ୍ୟାନର ନଥିଲା ।  ବିଜେପି ସେଠାରେ ବିଜେଡି ସହ ହାତ ମିଳାଇ ଦେଲା । ସେଠାରେ ବିଜେପି ଓ କଂଗ୍ରେସ ଅଚେତ ହୋଇ ମରିପଡ଼ିଥିଲେ । ବିଜେପୁରରେ ବିଜେଡି ପ୍ରଚୁର ଟଙ୍କା ବାଣ୍ଟିଥିଲା । ପୁରୁଷଙ୍କୁ ୨ ହଜାର, ମହିଳାଙ୍କୁ ୧୫୦୦ ଓ ଯୁବକଙ୍କୁ ହଜାରେ ଟଙ୍କା ଲେଖାଏଁ ବିଜେଡି ପକ୍ଷରୁ ବଣ୍ଟାଯାଇଥିଲା ।  ଏଭଳି ସ୍ଥିତି ଦେଖି  କଂଗ୍ରେସ ସେଠାରେ ହାରିଯିବ ବୋଲି ମୁଁ କହିଥିଲି ।  ଯଦି ମୁଁ କହିଲି ବୋଲି ଆମେ ହାରିଲୁ ବୋଲି କହୁଛନ୍ତି, ତେବେ ମୁଁ ଦାୟୀ ବୋଲି ଶ୍ରୀ ରାଉତରାୟ କହିଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook