ମୁଖ୍ୟ ଖବର
ନୂଆଦିଲ୍ଲୀ: ଭାରତୀୟ ଫୁଟବଲ୍ ଦଳର ଅଧିନାୟକ ସୁନିଲ ଛେତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଫଳରେ ଆଗାମୀ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମୁକାବିଲା ଗୁଡ଼ିକରେ ସେ ଖେଳିବା ନେଇ ଆଶଙ୍କା ଉପୁଜିଛି । କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ମାତ୍ରେ ଛେତ୍ରୀ ଟ୍ୱିଟର ଜରିଆରେ ପ୍ରକାଶ କରିଥିଲେ । ଖୁବ୍ କରୋନକୁ ପରାହତ କରି ଫୁଟବଲ୍ ପିଚ୍କୁ ଓହ୍ଲାଇବି ବୋଲି ସେ ଟ୍ୱିଟ୍ କରି ଜଣାଇଛନ୍ତି । ଭାରତ ଆସନ୍ତା ୨୫ ଓ ୨୯ ତାରିଖରେ ଦୁବାଇରେ ୨ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ । ପ୍ରଥମ ମ୍ୟାଚ୍ରେ ଦଳ ଓମାନକୁ ଓ ଦ୍ୱିତୀୟ ମ୍ୟାଚ୍ରେ ଦଳ ୟୁଏଇକୁ ସାମ୍ନା କରିବ । ଛେତ୍ରୀ ଉଭୟ ମ୍ୟାଚ୍ ଖେଳିପାରିବେ ନାହିଁ ।
Comments ସମସ୍ତ ମତାମତ