Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ODISHA FC

ମୁଖ୍ୟ ଖବର

    ଛେତ୍ରୀଙ୍କ ଗୋଲରେ ଜିତିଲା ବାଙ୍ଗାଲୋର ଏଫସି

    Share on :
    ajab-Image
    Date: Dec 5, 2020    Views: 5220

    ବାମ୍ବୋଲିମ : ଅଧିନାୟକ ସୁନୀଲ ଛେତ୍ରୀଙ୍କ ପେନାଲଟି ଗୋଲରେ ଇଣ୍ଡିଆନ ସୁପରଲିଗ (ଆଇଏସଏଲ) ସପ୍ତମ ସଂସ୍କରଣର ବାଙ୍ଗାଲୋର ଏଫସି ପ୍ରଥମ ବିଜୟ ହାସଲ କରିଛି  । ଶୁକ୍ରବାର ବାମ୍ବୋଲିମର ଜିଏମସି ଷ୍ଟାଡ଼ିୟମରେ ଖେଳାଯାଇଥିବା ୧୬ତମ ଲିଗ ମ୍ୟାଚରେ ବାଙ୍ଗାଲୋର ଏଫସି ୧-୦ ଗୋଲରେ ଚେନ୍ନାଇୟିନ ଏଫସିକୁ ପରାସ୍ତ କରିଛି  । ଏହି ବିଜୟ ସହ ବାଙ୍ଗାଲୋର ଏଫସି ୩ ପଏଂଟ ପାଇଛି  । ବାଙ୍ଗାଲୋର ଏଫସି ୩ ମ୍ୟାଚରୁ ୫ ପଏଂଟ ପାଇଥିବାବେଳେ ଚେନ୍ନାଇୟିନ ଏଫସି ସମାନ ସଂଖ୍ୟକ ମ୍ୟାଚରୁ ୪ ପଏଂଟ ପାଇଛି  । ବାଙ୍ଗାଲୋର ଏଫସି ପ୍ରଥମ ଦୁଇ ମ୍ୟାଚରୁ ମାତ୍ର ୨ ପଏଂଟ ହାସଲ କରିଥିଲା  । ତେଣୁ ଦଳ ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଥିଲା  । ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା  । ସେହିପରି ଦ୍ୱିତୀୟାର୍ଦ୍ଧ ତଥା ଖେଳର ୫୬ ମିନିଟରେ ବାଙ୍ଗାଲୋରକୁ ଏକ ପେନାଲଟି ମିଳିଥିଲା  । ଏହାକୁ ସୁନୀଲ ଛେତ୍ରୀ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ  । ଚେନ୍ନାଇୟିନ ଏଫସି ଗୋଲ ବରାବର କରିବା ନେଇ ଉଦ୍ୟମ କରିଥିଲେ ମଧ୍ୟ ବାଙ୍ଗାଲୋର ଖେଳାଳୀମାନେ କୌଣସି ସୁଯୋଗ ଦେଇନଥିଲେ । ଶେଷରେ ବାଙ୍ଗାଲୋର ଏଫସି ମ୍ୟାଚ ଜିତିବାରେ ସକ୍ଷମ ହୋଇଥିଲା  ।

    Maximum 500 characters

    ODISHA FC View all

    Find Us on Facebook