ମୁଖ୍ୟ ଖବର
ସୁନ୍ଦରଗଡ଼, ୨୧ ଜାନୁୟାରୀ ୨୦୨୧ :ଜିଲ୍ଲାର ବିକାଶ କ୍ଷେତ୍ରରେ ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ଲାଗୁ କରି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ମର୍ଯ୍ୟାଦାଜନକ ‘ସ୍କଚ୍ ଆୱାଡର଼୍’ର ସେମିଫାଇନାଲରେ ପହଞ୍ଚôଛି ।ଜାତୀୟସ୍ତରରେ ପରିଚିତ ଏହି ପୁରସ୍କାରର ‘ବେଷ୍ଟ ପ୍ରାକ୍ସିସେସ୍’ ବର୍ଗରେ ସେମି ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି ସୁନ୍ଦରଗଡ଼ ।
“ଜିଲ୍ଲା ଖଣିଜ ପ୍ରତିଷ୍ଠାନ ମାଧ୍ୟମରେ ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସ୍କଚ୍ ଆୱାଡର଼୍ର ସେମିଫାଇନାଲରେ ପହଂଚିଥିବାରୁ ମୁଁଶୁଭେଚ୍ଛା ଜଣାଉଛି ।ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ହିତ ପାଇଁ ଓଡ଼ିଶା ସରକାର ସବୁବେଳେ ଧ୍ୟାନ ଦେଇଆସୁଛନ୍ତି”, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ସୋସିଆଲ ମିଡିଆ ମାଧ୍ୟମରେ ଅଭିନନ୍ଦନ ଜଣାଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୭୦ତମ ସ୍କଚ୍ ସମ୍ମିଳନୀ ଓ ଭର୍ଚୁଆଲ ପ୍ରଦର୍ଶନୀରେ ସାରା ଦେଶରୁ ୧ ହଜାରରୁ ଅଧିକ ବିଶେଷଜ୍ଞ ତଥା ପ୍ରତିନିଧି ଯୋଗ ଦେଇଥିଲେ ।ସେଠାରେସୁନ୍ଦରଗଡ଼ ପ୍ରଶାସନ ଓ ଜିଲ୍ଲାଖଣିଜ ପ୍ରତିଷ୍ଠାନର ବିଭିନ୍ନ ଅଭିନବ କାର୍ଯ୍ୟ ଓ ପ୍ରକଳ୍ପ ଏବଂ ତାହାର ପ୍ରଭାବ ସମ୍ପର୍କରେ ତଥ୍ୟ ଉପସ୍ଥାପିତ ହୋଇଥିଲା ।ବିଚାରକମଣ୍ଡଳୀର ମୂଲ୍ୟାୟନ ଅନୁସାରେ ସ୍କଚ୍ ଆୱାର୍ଡର ସେମିଫାଇନାଲ ପର୍ଯ୍ୟାୟଭୁକ୍ତ ହୋଇ ଅର୍ଡର ଅଫ୍ ମେରିଟ୍ଲାଭ କରିଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ।
“ସାଧାରଣ ଜନତାଙ୍କ ହିତ ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଖଣିଜ ପ୍ରତିଷ୍ଠାନ ସହଯୋଗରେ ବିଭିନ୍ନ ପ୍ରଭାବୀ କାର୍ଯ୍ୟକ୍ରମ ହାତକୁନେଇଛନ୍ତି ।ବିଶେଷକରି କରୋନା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁପ୍ରେରଣାହେବ”, ସମ୍ମିଳନୀ ଅବସରରେ କହିଥିଲେ ସମୀର କୋଚ୍ଚର ।
ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ହାତକୁନେଇଛି । ବିଭିନ୍ନ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛି ଜିଲ୍ଲାଖଣିଜ ପ୍ରତିଷ୍ଠାନ ।ସେଥିମଧ୍ୟରେ ଅତ୍ୟାଧୁନିକ ପୁନର୍ବାସକେନ୍ଦ୍ର, ଗର୍ଭାବସ୍ଥାରେ ଯତ୍ନ, ପୁଷ୍ଟିଶସ୍ୟମିଶନ ଅଧୀନରେ ମାଣ୍ଡିଆଚାଷ, ଶିଶୁଙ୍କପୋଷଣ, ସଡ଼କ ଓ ଯୋଗାଯୋଗ, ମୋବାଇଲ୍ମେଡିକାଲୟୁନିଟ୍ ଓ ଆମ୍ବୁଲାନ୍ସ, ବିଦ୍ୟାଳୟ ଭିତ୍ତିଭୂମିର ବିକାଶ, ବୃଦ୍ଧାଶ୍ରମ ଏବଂ ମାନସିକରୋଗୀଙ୍କ ଯତ୍ନ ପାଇଁବ୍ୟବସ୍ଥା, ଅତ୍ୟାଧୁନିକ ପରିମଳ ସେବା ଭଳି ଅନେକ କାର୍ଯ୍ୟକ୍ରମ ରହିଛି ।
Comments ସମସ୍ତ ମତାମତ