Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    କନ୍ୟା ରାଶିକୁ ଯାଉଛନ୍ତି ସୂର୍ଯ୍ୟ, ଏହି ୫ଟି ଉପାୟରେ ଚମକିବ କ୍ୟାରିୟର

    Share on :
    ajab-Image
    Date: Sep 15, 2020    Views: 3865

    ନବଗ୍ରହଙ୍କ ରାଜା ସୂର୍ଯ୍ୟ ଦେବ ଆମ କ୍ୟାରିୟର, ଅର୍ଥ ଓ ମାନସମ୍ମାନକୁ ସଞ୍ଚାଳନ କରିଥାନ୍ତି  । ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗଲେ ତାହାକୁ ସୂର୍ଯ୍ୟ ସଂକ୍ରାନ୍ତି କହନ୍ତି  । ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ପ୍ରଭାବ ଆମ କ୍ୟାରିୟର ଓ ଆର୍ଥିକ ସ୍ଥିତି ଉପରେ ପଡ଼ିଥାଏ  । ଏଥର ସୂର୍ଯ୍ୟ ସେପ୍ଟେମ୍ବର ୧୬ ତାରିଖରେ ସିଂହ ରାଶି ଛାଡ଼ି କନ୍ୟା ରାଶିକୁ ଗମନ କରୁଛନ୍ତି । ତେଣୁ ଆମ କ୍ୟାରିୟରରେ ପରିବର୍ତ୍ତନ ଘଟିବ  । ତେବେ ନିଜ କ୍ୟାରିୟରକୁ ଚମକାଇବା ପାଇଁ ଏହି ୫ଟି ଉପାୟ ଆପଣାନ୍ତୁ ଦେଖିବେ ଆପଣଙ୍କୁ ଶୁଭ ଫଳ ମିଳିବ  ।
    - ସ୍ନାନ କରିବା ସମୟରେ ପାଣିରେ ପୋସ୍ତ, ଲାଲ ରଙ୍ଗର ଫୁଲ କିମ୍ବା କେଶର ପକାଇ ଉକ୍ତ ପାଣିରେ ସ୍ନାନ କରନ୍ତୁ  । ଏପରି କରିବାର ଦ୍ୱାରା ସୂର୍ଯ୍ୟ ଦେବଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ  । କ୍ୟାରିୟରରେ ଆପଣ ଉପରକୁ ଯିବା ସହିତ ମନସମ୍ମାନ ମିଳିବ  । 
    - ସୂର୍ଯ୍ୟ ଦେବତାଙ୍କ ପ୍ରସନ୍ନ କରିବା ପାଇଁ ଆପଣ ସୂର୍ଯ୍ୟ ବସ୍ତୁ ଦାନ କରିବା ଉଚିତ  । ତେବେ ଦାନ ବସ୍ତୁ ଗୁଡ଼ିକ ହେଲା ତମ୍ବା, ଗୁଡ଼, ଗହମ, ମସୁର ଡାଲି  । ଏହି ସବୁ ଜିନିଷ ପ୍ରତି ରବିବାର ଦାନ କରନ୍ତୁ ଶୁଭଫଳ ମିଳିବ  । ସୂର୍ଯ୍ୟ ସଂକ୍ରାନ୍ତି ଦିନ ଏହି ପଦାର୍ଥ ସବୁ ଦାନ କଳେ ଅଧିକ ଲାଭ ମିଳିବ  ।
    - ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ସୂର୍ଯ୍ୟଦେବ ମନ୍ତ୍ର ମଧ୍ୟ ଜପ କରିପାରିବେ  । ପ୍ରତି ରବିବାର ସୂର୍ଯ୍ୟ ମନ୍ତ୍ର ୧୦, ୨୦ କିମ୍ବା ୧୦୮ ଥର ଜପ କରନ୍ତୁ  । 
    - ଜାତକରେ ସୂର୍ଯ୍ୟ ଅଶୁଭ ଭାଗରେ ଥିଲେ ସୂର୍ଯ୍ୟ ସଂକ୍ରାନ୍ତି ପୂର୍ବରୁ କିମ୍ବା ସଂକ୍ରାନ୍ତି ଦିନ ବିଶେଷ ଉପାୟ କରିବା କଥା  । ରବିବାର ପରିବାରଙ୍କ ସହିତ ସୂର୍ଯ୍ୟ ପୂଜା କରନ୍ତୁ  । ସମାଜରେ ସମ୍ମାନ ମିଳିବ  । ରବିବାର ଦିନ ଲାଲ କିମ୍ବା ହଳଦୀ ରଙ୍ଗର ବସ୍ତ୍ର, ଗୁଡ଼ ଓ ଲାଲ ଚନ୍ଦନ ସୂର୍ଯ୍ୟ ଭଗବାନଙ୍କ ଠାରେ ଚଢ଼ାନ୍ତୁ ଜାତକରେ ଥିବା ଅଶୁଭ ପ୍ରଭାବ ଦୂର ହେବ  ।
    - ସକାଳେ ସୂର୍ଯ୍ୟଙ୍କୁ ଧୀରେ ଧୀରେ ଜଳ ଚଢ଼ାଇବା ଦରକାର  । ଜଳ ଏମିତି ଅର୍ପଣ କରନ୍ତୁ ଯେପରି ଜଳ ଆସନ ଉପରେ ପଡ଼ିବ ତଳେ ପଡ଼ିବ ନାହିଁ  । ରବିବାର ବ୍ରତ କରନ୍ତୁ  । ଭଗବାନ ବିଷ୍ଣୁଙ୍କ ଉପାସନା କରନ୍ତୁ  । ମିଠା ଖାଇ ପାଣି ପିଇ ଘରୁ ବାହାରନ୍ତୁ  । ପିତା ଓ ପିତାଙ୍କ ସମ୍ପର୍କୀୟଙ୍କୁ ସମ୍ମାନ ଦିଅନ୍ତୁ ଦେଖିବେ ଆପଣ କ୍ୟାରିୟରରେ ବହୁତ ଆଗକୁ ଯିବେ  ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook