Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆସନ୍ତାକାଲିଠାରୁ ମାଟ୍ରିକ୍ ଖାତା ଦେଖା

ଖୋର୍ଦ୍ଧା: ହାତୀ ଆକ୍ରମଣରେ ୩ ଭାଇ ଆହତ, ୨ ଗୁରୁତର

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଅର୍ଥନୀତି

ମୁଖ୍ୟ ଖବର

    ସମ ଅଲ୍ଟିମେଟ ମେଡିକେୟାର ଲୋକାର୍ପିତ

    Share on :
    ajab-Image
    Date: Feb 29, 2020    Views: 2457

    ଭୁବନେଶ୍ୱର: ଭୁବନେଶ୍ୱରରେ ସମ ଅଲ୍ଟିମେଟ ମେଡିକେୟାର ଲୋକର୍ପିତ ହୋଇଯାଇଛି ।  ଏହାକୁ ଗୃହମନ୍ତ୍ରୀ ଅମିତ ଶାହା ଲୋକାର୍ପଣ କରିଥିଲେ । ଏଥିସହ ରୋଗୀ ସେବା ପାଇଁ ଘରୋଇ ଉଦ୍ୟୋଗୀଙ୍କ ଭୂମିକା ରହିଛି ବୋଲି କହିଥିଲେ ।  ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସମ ଅଲ୍ଟିମେଟ ମେଡିକେୟାର ସର୍ବୋଚ୍ଚ  ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବ ବୋଲି ଆଶାପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୋତ୍ସାହନରେ ରାଜ୍ୟରେ ସ୍ୱାସ୍ଥ୍ୟସେବା ବଢିଚାଲିଥିବା କହିବା ସହ ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଇଥିଲେ । ଏଥିସହ ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅପିଲ କରିଥିଲେ । ସମ ସଭାରେ ଏକାଠି ଥିବାବେଳେ  ନବୀନଙ୍କ  ସାମନାରେ ହିଁ ଧର୍ମେନ୍ଦ୍ର ଏଭଳି ଅପିଲ କରିଥିଲେ ।  ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ପାଇଁ ନବୀନଙ୍କୁ ଧର୍ମେନ୍ଦ୍ର ସିଧା ଅନୁରୋଧ କରିବା ସହ ଏହା ଦ୍ୱାରା ଓଡ଼ିଶାବାସୀ ଉପକୃତ ହେବେ ବୋଲି ଧର୍ମେନ୍ଦ୍ର କହିଥିଲେ । 

     

    Maximum 500 characters

    ଅର୍ଥନୀତି View all

    Find Us on Facebook