Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ହୋଇପାରେ ସମରେ

    Share on :
    ajab-Image
    Date: Oct 12, 2020    Views: 3009

    ଭୁବନେଶ୍ୱର : କରୋନା ଟିକା ପାଇଁ ବିଶ୍ୱବାସୀ ଚାହିଁ ରହିଛନ୍ତି  । ଦେଶରେ କୋଭାକ୍ସିନର ଦୁଇଟି ପର୍ଯ୍ୟାୟ ପରୀକ୍ଷଣ ହୋଇସାରିଛି । ଆଇସିଏମଆର ଓ ଭାରତ ବାୟୋଟେକର ମିଳିତ ଉଦ୍ୟମରେ ଚାଲିଥିବା କରୋନା ଭୂତାଣୁ ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଖୁବଶୀଘ୍ର ଆରମ୍ଭ ହେବ । ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ସମ ହସ୍ପିଟାଲରେ ହୋଇପାରେ ବୋଲି ସୂଚନା ମିଳିଛି ।

    ପ୍ରଥମ ପର୍ଯ୍ୟାୟରେ ୧୨ଟି ହସ୍ପିଟାଲରେ ୩୭୫ ସ୍ୱେଚ୍ଛାସେବୀଙ୍କ ଉପରେ ଏହାର ପରୀକ୍ଷଣ ହୋଇଥିଲା । ଏଥିରେ ସମ ମଧ୍ୟ ଅଂଶ ଗ୍ରହଣ କରିଥିଲା । ତୃତୀୟ ପର୍ଯ୍ୟାୟ ପାଇଁ ପ୍ରାୟ ୬ ଶହ ସ୍ୱେଚ୍ଛାସେବୀଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହି ସଂଖ୍ୟାକୁ ୩୮୦କୁ ଖସା ଯାଇଥିଲା । କମ ସଂଖ୍ୟକ ସ୍ୱେଚ୍ଛାସେବୀଙ୍କୁ ୧୨ଟି ହସ୍ପିଟାଲରେ ପରୀକ୍ଷଣ କରିବା ନେଇ କିଛିଟା ସମସ୍ୟା ରହିଥିଲା । ଫଳରେ ସମ ଅଂଶ ଗ୍ରହଣ କରିନଥିବା ହସ୍ପିଟାଲର କମୁ୍ୟନିଟି ମେଡିସିନର ବିଭାଗୀୟ ମୁଖ୍ୟ ଡା.ଭେଙ୍କଟ ରାଓ କହିଛନ୍ତି । ଡା.ରାଓ କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ପାଇଁ ନିକଟରେ ଏକ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ହୋଇଥିଲା । ଏଥିରେ ଦେଶବ୍ୟାପୀ ପ୍ରାୟ ୨୬ ହଜାର ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରିବେ । ସମ ହସ୍ପିଟାଲ ମଧ୍ୟ ଏଥିରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ମାନବ ପରୀକ୍ଷଣ କେବେ ଆରମ୍ଭ ହେବ ତାହାର ନିର୍ଦ୍ଧିଷ୍ଟ ତାରିଖ ଏ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ । ଆସନ୍ତା ୧୦/୧୫ ଦିନ ଭିତରେ ଏ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ଡା.ରାଓ ସୂଚନା ଦେଇଛନ୍ତି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook