ମୁଖ୍ୟ ଖବର
ଏକାଠି ବସି ଡିନର କରୁଛନ୍ତି । ସପରିବାର ମିଶି ଇନଡୋର ଗେମ ଖେଳୁଛନ୍ତି । ପୁଣି କେତେବେଳେ ଗୋଟିଏ ପରେ ଗୋଟିଏ ଋତ୍ୱିକଙ୍କ ଫଟୋ ଉଠାଉଛନ୍ତି । ଦୁଇ ପୁଅ, ସ୍ୱାମୀ ଆଉ ସଂସାର । ସୁଜାନ...? ଲକଡାଉନ ଆରମ୍ଭ ହେବା ପରଠାରୁ ରୋଶନ ପରିବାରର ଦୃଶ୍ୟପଟ୍ଟ ପ୍ରାୟ ଏହିଭଳି । ଅଥଚ ଲକଡାଉନ ଆଗରୁ ସୁଜାନ କି ଋତ୍ୱିକ ଏମିତି ଦୃଶ୍ୟ ବିଷୟରେ ହୁଏତ ଅନ୍ଦାଜ କରିନଥିବେ । ଶୁଣିବାକୁ ମିଳୁଛି ଋତ୍ୱିକ ହିଁ ସୁଜାନଙ୍କୁ ଏହି ପ୍ରସ୍ତାବଟି ଦେଇଥିଲେ । ଅର୍ଥାତ ସାରା ବିଶ୍ୱରେ ଚାଲିଥିବା ଏମିତି ଏକ ପରିସ୍ଥିତିରେ ଯେମିତି ସେମାନଙ୍କ ଦୁଇ ପୁଅ ନିଜ ପାଖରେ ବାପା ଓ ମାଆ ଉଭୟଙ୍କୁ ପାଆନ୍ତି ସେଥିପାଇଁ ଋତ୍ୱିକ ନିଜ ତରଫରୁ ସୁଜାନଙ୍କୁ ଅନୁରୋଧ କରିଥିଲେ । ସୁଜାନ ମଧ୍ୟ ପିଲାମାନଙ୍କ ଖୁସି ପାଇଁ ଋତ୍ୱିକଙ୍କ ଅନୁରୋଧ ରକ୍ଷା କରିଥିଲେ । ଯଦିଓ ବଲିଉଡରେ ନିନ୍ଦୁକମାନଙ୍କ ସଂଖ୍ୟା କମ୍ ନାହିଁ । କେହି କେହି ଥଟ୍ଟା କରି କହିଥିଲେ ଲକଡାଉନରେ ଋତ୍ୱିକ-ସୁଜାନ ପୁଣି ଥରେ ଲକ୍ ହୋଇଯାଇଛନ୍ତି । ପ୍ରଥମ ଦିନରୁ ହିଁ ପିଲାମାନଙ୍କ ସହ କିପରି ଲକଡାଉନ ପିରିୟଡ କାଟିବେ ସେ ବିଷୟରେ ଋତ୍ୱିକ ଓ ସୁଜାନ ମିଶି ସ୍ଥିର କରି ନେଇଥିଲେ । ସେହି ଅନୁସାରେ ପୁରା ପରିବାର ବ୍ରେକଫାଷ୍ଟରୁ ନେଇ ଡିନର ସବୁ ଏକାଠି କରୁଛନ୍ତି । ସୁଜାନଙ୍କୁ ନିଜ ଘରେ ଦେଖି ଋତ୍ୱିକଙ୍କ ବାପା ରାକେଶ ରୋଶନ ଏବଂ ମା ପିଙ୍କି ରୋଶନ ମଧ୍ୟ ଖୁବ୍ ଖୁସି । ଲକଡାଉନ ଉଠିଗଲା ପରେ ଯେମିତି ଋତ୍ୱିକ ଓ ସୁଜାନ ଆଉ ଅଲଗା ନ ହୁଅନ୍ତି ଏହା ହିଁ ପ୍ରଶଂସକମାନଙ୍କ ଆଶା ।
Comments ସମସ୍ତ ମତାମତ