Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କ୍ୱାରେଣ୍ଟିନ କେନ୍ଦ୍ରରେ ମହିଳାଙ୍କ ଆତ୍ମହତ୍ୟା

    Share on :
    ajab-Image
    Date: Jun 30, 2020    Views: 2854

    ଭୁବନେଶ୍ୱରରୁ ହରପ୍ରିୟା ପୃଷ୍ଟି : କ୍ୱାରେଂଟାଇନ କେନ୍ଦ୍ରରେ ଜଣେ ମହିଳା ଆତ୍ମହତ୍ୟା କରିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ପୂର୍ବରୁ ମଧ୍ୟ କ୍ୱାରେଂଟାଇନ ସେଂଟରରେ ଆତ୍ମହତ୍ୟାର ନଜିର ରହିଛି  । ମିଳିଥିବା ସୂଚନାନୁଯାୟୀ, ଜଳେଶ୍ୱର ଭୋଗରାଇ ବ୍ଲକ  ଜଇରାମପୁର ଟିଏମସି ପରିସରରୁ  ଜଣେ ପ୍ରବାସୀ ମହିଳାଙ୍କ ଶବ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା  । ଖବର ପାଇ ତୁରନ୍ତ ପୁଲିସ ସେଠାରେ ପହଁଚି ମୃତାଙ୍କୁ ଉଦ୍ଧାର କରିବା ସହ ଘଟଣାର ଛାନଭିନ ଆରମ୍ଭ କରିଛି  । ଅପରପକ୍ଷରେ ଉକ୍ତ ମହିଳା ଜଣକ ଗତ ୨୦ରେ ହାଇଦ୍ରାବାଦରୁ ଫେରି କ୍ୱାରେଣ୍ଟିନ କେନ୍ଦ୍ରରେ ରହିଥିଲେ । ତେବେ କ୍ୱାରେଂଟାଇନ କେନ୍ଦ୍ରରେ କିଭଳି ସେ ଆତ୍ମହତ୍ୟା କଲେ, ଏତେ ଲୋକ ଥାଉଥାଉ ତାଙ୍କୁ କେମିତି ଦେଖିପାରିଲେନି ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରିଛି  ।

    Maximum 500 characters

    ତାଜା ଖବର View all

    Find Us on Facebook