Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଅସ୍ଥାୟୀ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କ ଆତ୍ମହତ୍ୟା

    Share on :
    ajab-Image
    Date: Jun 21, 2020    Views: 2905

    ବାଲିଗୁଡା:  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକର ବଡଗାଁସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଅସ୍ଥାୟୀ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ହାଇଦ୍ରାବାଦ ଫେରନ୍ତା ପ୍ରବାସୀ ଓଡ଼ିଆ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି l ମୃତକଙ୍କ ଘର ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବୁଡ଼େଲ ପଦର ଗାଁରେ ଓ ତାଙ୍କ ନାଆଁ ସମ୍ପୂର୍ଣ୍ଣ ମାଝୀ ବୋଲି ସୂଚନା ରହିଛି  l  ଆସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବାଲିଗୁଡା ପୁଲିସ ଓ ଉପଖଣ୍ଡ ପ୍ରଶାସନ ମାଜିଷ୍ଟ୍ରେଟ ତଥା ଉପ ଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ପ୍ରମୁଖଙ୍କ ଉପସ୍ଥିତରେ ଶବ ବ୍ୟବଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି  l 
    ଉପଜ଼ିଲ୍ଲାପାଳ ଶ୍ରୀନନ୍ଦଙ୍କ ସୂଚନାମତେ କୁର୍ତ୍ତମଗଡ ସଙ୍ଗରୋଧ କେନ୍ଦ୍ରରେ ସମ୍ପୂର୍ଣ୍ଣ ମାଝୀ କିଛିଦିନ ରହିବା ପରେ ଗାଁକୁ ଫେରିଥିଲେ, ଘରେ କିଛିଦିନ ରହିବାପରେ ପୁଣି ସ୍ୱାସ୍ଥ୍ୟ ଖରାପ ହେବାରୁ ଗତ ୧୬ ତାରିଖ ଦିନ ବାଲିଗୁଡ଼ାସ୍ଥିତ ବଡ଼ଗାଁ କୋଭିଡ଼ କେୟାର ହସ୍ପିଟାଲକୁ ଅଣାଯାଇ ଚିକିତ୍ସା ଚାଲିଥିଲା ଓ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲେ ବି ରିପୋର୍ଟ ଆସିନାହିଁ  l  ସେ ମାନସିକ ଦୁଶ୍ଚିନ୍ତାରେ  ରହୁଥିଲେ  l 

    Maximum 500 characters

    ଆଂଚଳିକ View all

    Find Us on Facebook