Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ପ୍ରବାସୀ ଓଡ଼ିଆଙ୍କ ଆତ୍ମହତ୍ୟା ଅଭିଯୋଗ

    Share on :
    ajab-Image
    Date: May 15, 2020    Views: 2390

    ବାରିପଦା : ମୟୁରଭଞ୍ଜ ବେତନଟୀ ବ୍ଲକ ଅଁଳା ପଞ୍ଚାୟତ ଡମ୍ବରୁଡହ ସ୍କୁଲ କ୍ବାରେନଟାଇନ ସେଣ୍ଟରରେ  ଥିବା ଜଣେ ଅନ୍ତେବାସୀ ଆତ୍ମହତ୍ୟା କରିବା ଅଭିଯୋଗ ହୋଇଛି। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

    ବେତନଟୀ ବ୍ଲକ୍ ଅନ୍ତର୍ଗତ ଅଁଳା ପଞ୍ଚାୟତର ଡମ୍ବରୁଡହ ସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ବୈଶିଙ୍ଗା ଥାନା ଅଧୀନସ୍ଥ ରାଇକମାର ଜଗନ୍ନାଥ ବେହେରାଙ୍କ ପୁଅ ସୁରେନ୍ଦ୍ର ବେହେରା (୩୫) ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।  ମୃତକ ତାମିଲନାଡୁରୁ ଫେରି ନିଜ ପତ୍ନୀଙ୍କ ସହିତ ସଙ୍ଗରୋଧରେ ଥିଲେ । ଗତକାଲି ରାତିରେ କ୍ବାରେଣ୍ଟାଇନ ସେଣ୍ଟର ନିକଟରେ ଥିବା ଏକ ମହୁଲି ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।  

    Maximum 500 characters

    ଆଂଚଳିକ View all

    Find Us on Facebook