Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଦ୍ରକ: ଜାଗରରୁ ଫେରୁଥିବାବେଳେ ମହିଳାଙ୍କୁ ଗଣଦୁଷ୍କର୍ମ

ପୁରୀ: କନକଦୁର୍ଗା ହାଇସ୍କୁଲରେ ଧରାପଡ଼ିଲା ନକଲି ପରୀକ୍ଷାର୍ଥୀ

banner

ଆଂଚଳିକ

ମୁଖ୍ୟ ଖବର

    ପ୍ରେମିକଙ୍କ ଆତ୍ମ ହତ୍ୟା ଖବର ପାଇ ଜୀବନ ହାରିଲେ ପ୍ରେମିକା

    Share on :
    ajab-Image
    Date: Feb 12, 2020    Views: 2257

    ବାଲିକୁଦା: ପ୍ରେମ ପାଇଁ ଯାଇଛି ଦୁଇ ଜଣକ ଜୀବପ । ଏମିତି ଏକ ସମ୍ବେଦନଶୀଳ ଅଭାବନୀୟ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲିକୁଦା ଥାନା ଅଞ୍ଚଳରେ । ପ୍ରେମରେ ଅସଫଳ ହେବା ଆଶଙ୍କାରେ ପ୍ରେମିକ ପ୍ରଥମେ ରଶିଲଗାଇ ଆତ୍ମହତ୍ୟା କରିଥିବା ବେଳେ, ପ୍ରେମିକର ମୃତୁ୍ୟ ଖବର ପାଇ ପ୍ରେମିକା ରଶିରେ ଝୁଲିପଡ଼ି ଜୀବନ ହାରି ଦେଇଛନ୍ତି । ଘଟଣାଟି ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ମୃତକଦୁହେଁ ହେଉଛନ୍ତି କୃଷ୍ଣଦାସପୁର ପଞ୍ଚାୟତ ବାରିପଡ଼ା ଗାଁର ଉପେନ୍ଦ୍ର ସ୍ୱାଇଁ ପୁଅ ଲିଟୁ ଓରଫ ଜିଜ୍ଞସା ମହାରଣା (୧୫)  । ଲିଟୁ ଜଗତସିଂହପୁର ଥାନା କାଦୁଅପଡ଼ା ପଞ୍ଚାୟତୀ ପଳାସହୁଡ଼ା ଠାରେ ଥିବା ନିକାଞ୍ଚନ ସ୍ଥାନରେ ଏକ ପଳାଶ ଗଛରେ ରଶି ବାନ୍ଧି ଝୁଲି ଥିବା ବେଳେ, ସୁଇଟି ନିଜ ଘରେ ଫ୍ୟାନରେ ଗାମୁଛା ବାନ୍ଧି ଝୁଲି ଆତ୍ମହତ୍ୟା କରିଛନ୍ତି । ଜଗତସିଂହପୁର ଥାନା ଓ ବାଲିକୁଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଦୁଇଟିକୁ ଜବତ କରିବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି ।
    ପୁଲିସ ଓ ଅଞ୍ଚଳବାସୀଙ୍କଠାରୁ ମିଳିଥିବା ସୂଚନା ମୁତାବକ ଲିଟୁ ଓ ସୁଇଟିଙ୍କ ମଧ୍ୟରେ କିଛି ଦିନ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଲୁଚାଛପାରେ ଉଭୟ କେତେବେଳେ କେମିତି ଦେଖାଚାହାଁ ହୋଇ କଥାବାର୍ତ୍ତା ହେଉଥିଲେ । ଉଭୟଙ୍କ ଘର ଗୋଟିଏ ପଞ୍ଚାୟତରେ ବୋଲି ଜଣାପଡ଼ିଛି ।

    Maximum 500 characters

    ଆଂଚଳିକ View all

    Find Us on Facebook