Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଗୋପବନ୍ଧୁଙ୍କ ଜନ୍ମଭୂମି ସୁଆଣ୍ଡୋରେ ହେବ ସାଢେ଼ ୧୧ କୋଟିର ପ୍ରକଳ୍ପ

    Share on :
    ajab-Image
    Date: Sep 3, 2020    Views: 4808

    ଭୁବନେଶ୍ୱର : ରାଜ୍ୟ ଐତିହ୍ୟ କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶୀକୁ ଶାସ୍ତ୍ରୀୟ ସଂଗୀତ ମାନ୍ୟତା ଦେବା ପାଇଁ କେନ୍ଦ୍ରକୁ ସୁପାରିଶ କରିବାକୁ ନିଷ୍ପତି ନିଆଯାଇଛି  । ପ୍ରନôତତ୍ୱ ବିଭାଗ ଓ ରାଜ୍ୟ ସଂଗ୍ରହାଳୟ ପାଇଁ ସ୍ୱତନ୍ତ୍ର ନିଦେ୍ର୍ଧଶାଳୟ ଗଠନ ଓ ନିଦେ୍ର୍ଧଶକ ପଦବୀ ସୃଷ୍ଟି ସହ ଏକାଡେ଼ମୀ ପୁରସ୍କାର ରାଶି ମଧ୍ୟ ବୃଦ୍ଧି କରାଯାଇଛି  । ଅପରପକ୍ଷରେ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋର ବିକାଶ ପାଇଁ ସାଢେ଼ ୧୧ କୋଟି ଟଙ୍କା ବ୍ୟୟରେ ଏକ ପ୍ରକଳ୍ପର ପରିକଳ୍ପନାକୁ ମଧ୍ୟ ଐତିହ୍ୟ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି  ।

    କ୍ୟାବିନେଟ ବୈଠକର ନିଷ୍ପତି ସମ୍ପର୍କରେ ସୂଚନା ଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଲେଯେ, ୧୯୬୪ ମସିହାରେ କେନ୍ଦ୍ର ସରକାର ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ଦେଇଥିଲେ  । ୨୦୧୪ରେ ଓଡ଼ିଆ ଭାଷାକୁ ଷଷ୍ଠତମ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିଛନ୍ତି  । ଓଡ଼ିଶା ସରକାର ୨୦୦୮ରେ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ସଂଗୀତର ମାନ୍ୟତା ପ୍ରଦାନ କରିଛନ୍ତି  । ଓଡ଼ିଶୀ ସଂଗୀତ ପୁରାତନ ଓ ଏହାର ଗାୟନ ଶୈଳୀ ସ୍ୱତନ୍ତ୍ର  । ତେଣୁ ଓଡ଼ିଶୀ ନୃତ୍ୟ ଭଳି ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି  ।

    ଓଡ଼ିଶାର ଐତିହ୍ୟ, କୀର୍ତିରାଜି, ପ୍ରାଚୀନ ଭାସ୍କର୍ଯ୍ୟର ରକ୍ଷଣାବେକ୍ଷଣ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ସମ୍ପାଦିତ ହେଉଛି  । ପ୍ରତ୍ୟେକ କାର୍ଯ୍ୟର ଗୁଣବତା ଅନୁଶୀଳନ ଓ ତଦାରଖ କାର୍ଯ୍ୟ ସଂସ୍କୃତି ନିଦେ୍ର୍ଧଶାଳୟର ଜଣେ ମାତ୍ର ନିଦେ୍ର୍ଧଶକଙ୍କ ଦ୍ୱାରା ହେଉଛି  । ଏହା କଷ୍ଟସାଧ୍ୟ ହେଉଥିବାରୁ ପ୍ରନôତତ୍ୱ ବିଭାଗର ସୁପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ନିଦେ୍ର୍ଧଶାଳୟ ଗଠନ ଓ ସ୍ୱତନ୍ତ୍ର ନିଦେ୍ର୍ଧଶକ ପଦବୀ ସୃଷ୍ଟି ପାଇଁ ଥିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି  । ସେହିପରି ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଅଧିନରେ ୧୫ଟି ଉପବିଭାଗ ଓ ସମସ୍ତ ଜିଲ୍ଲାର ସଂଗ୍ରହାଳୟ ପରିଚାଳିତ ହେଉଛି  । କଟକ ସ୍ଥିତ ଆନନ୍ଦଭବନ ସଂଗ୍ରହାଳୟ ଓ କେନ୍ଦୁବିଲ୍ୱ ସ୍ଥିତ ଜୟଦେବ ସଂଗ୍ରହାଳୟର ପରିଚାଳନା ମଧ୍ୟ ଅନ୍ତର୍ଭୁକ୍ତ ରହିଛି  । ତେଣୁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ସୁପରିଚାଳନା ନିମନ୍ତେ ଏକ ସ୍ୱତନ୍ତ୍ର ନିଦେ୍ର୍ଧଶାଳୟ ଓ ସ୍ୱତନ୍ତ୍ର ନିଦେ୍ର୍ଧଶକ ପଦବୀ ସୃଷ୍ଟି ପାଇଁ ପ୍ରସ୍ତାବ ଅନୁମୋଦନ କରାଯାଇଛି  ।

    ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ, ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଥିବା ଅମୂଲ୍ୟ ସମ୍ପଦକୁ ବିଶ୍ୱର କୋଣ ଅନୁକୋଣରେ ପହଁଚାଇବା ପାଇଁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟକୁ ଭର୍ଚୁଆଲ କରାଯିବା ସହ ଅନରୂପ ଢାଂଚାରେ ବିଜୁବାବୁଙ୍କ ଆନନ୍ଦ ଭବନ ସଂଗ୍ରହାଳୟକୁ ଭର୍ଚୁଆଲ କରିବା ପାଇଁ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି  । ଏତଦବ୍ୟତୀତ ବିଭିନ୍ନ ସାଂସ୍କୃତିକ କ୍ଷେତ୍ରରେ ଯୋଗ୍ୟ ବିବେଚିତ କଳାକାରଙ୍କୁ  ବିଭାଗ ପକ୍ଷରୁ ପ୍ରଦତ ପୁରସ୍କାର ଅର୍ଥରାଶି ବୃଦ୍ଧି ନିମନ୍ତେ ପ୍ରସ୍ତାବକୁ ଅନୁମୋଦନ ମିଳିଛି  । ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଧର୍ମପଦ ସମ୍ମାନ ଓ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନର ଅର୍ଥରାଶି ୧ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି  । ଏକାଡେ଼ମୀଗୁଡ଼ିକର ପୁରସ୍କାର ୫୦ ହଜାରରୁ ୨ ଲକ୍ଷ ଟଙ୍କା ଓ ଏକାଡେ଼ମୀ ସମ୍ବଦ୍ଧ୍ୱର୍ନା ରାଶି ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି  ।

    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ବିଭିନ୍ନ ଏକାଡେ଼ମୀ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ କେନ୍ଦ୍ରଗୁଡ଼ିକରେ ଖାଲି ପଡ଼ିଥିବା କର୍ମକର୍ତା ନିଯୁକ୍ତି ପ୍ରକ୍ରିୟା ଏକ ମୁକ୍ତ ବିଜ୍ଞାପନ ମାଧ୍ୟମରେ ଓ ଆବଶ୍ୟକସ୍ଥଳେ ମନୋନୟନ ମାଧ୍ୟମରେ ଚୟନ କରିବାକୁ ପ୍ରସ୍ତାବ ଅନୁମୋଦନ କରାଗଲା  । ପଣ୍ଡିତ ଉକôଳମଣି ଗୋପବନ୍ଧୁଙ୍କ ଜନ୍ମପୀଠ ହେଉଛି ସୁଆଣ୍ଡୋ । ଏହାର ସାମଗ୍ରୀକ ବିକାଶ ଓ ଉନ୍ନତିକରଣ ପାଇଁ ସରକାର ସାଢେ଼ ୧୧ କୋଟି ଟଙ୍କା ବ୍ୟୟରେ ଏକ ପ୍ରକଳ୍ପ ପ୍ରସ୍ତୁତ କରୁଛନ୍ତି  । ଏହି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook