ମୁଖ୍ୟ ଖବର
ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ଲୋୟର ପିଏମଜିରେ ଆମରଣ ଅନଶନରେ ବସିବେ ଯାତ୍ରା କଳାକାର। ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବା ସହ ୧୨ ଦଫା ଦାବି ପୂରଣ ଦାବିରେ ଆମରଣ ଅନଶନ ଓ ଗଣଧାରଣା ଦେବ ସଂଘ।
୨୩ ତାରିଖ ସୁଦ୍ଧା ସରକାର ଦାବି ପୂରଣ ନ କଲେ ୨୪ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାରେ କଳାକାରମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଛି। ଶିକ୍ଷାନୁଷ୍ଠାନଠାରୁ ଧର୍ମାନୁଷ୍ଠାନ ପର୍ୟ୍ୟନ୍ତ ସବୁ ଖୋଲିଯାଇଥିବାରୁ ଯାତ୍ରା କଳାକାରଙ୍କୁ ମଞ୍ଚକୁ ଫେରାଇ ଆଣିବାର ଦାବି ରଖିଛନ୍ତି କଳାକାର।
ପୂର୍ବରୁ ୫ଶହ ଦର୍ଶକଙ୍କୁ ନେଇ ଯାତ୍ରା ଅନୁମତି ଦିଆଯାଇଥିଲା। ହେଲେ ଅତି କମରେ ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ଦାବି ରଖିଛି ସଂଘ।
Comments ସମସ୍ତ ମତାମତ