Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୨୬ରେ ଭାରତ ବନ୍ଦ

    Share on :
    ajab-Image
    Date: Feb 19, 2021    Views: 4889

    ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡ଼ାକରା ଦେଇଛି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) । ସିଏଆଇଟି ପକ୍ଷରୁ ସୂଚନା ଦିଆଯାଇଛି ଯେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ର ବିଭିନ୍ନ ବ୍ୟବସ୍ଥା ଏବଂ ଟିକସ ଅଧିକାରୀଙ୍କ ଏକଚାଟିଆ ମନୋଭାବ ବିରୋଧରେ ୪୦,୦୦୦ରୁ ଊର୍ଦ୍ଧ ବ୍ୟବସାୟିକ ସଂସ୍ଥା ଆନ୍ଦୋଳନରେ ଅଂଶଗ୍ରହଣ କରିବେ । ସିଏଆଇଟି ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ, ବନ୍ଦକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ଏହାକୁ ସଫଳ କରିବା ପାଇଁ ବିଭିନ୍ନ ସେବା ପ୍ରଦାନ କାରୀମାନଙ୍କ ନିକଟରେ ଆମେ ପହଞ୍ଚିବୁ । ବନ୍ଦ ଯୋଗୁ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବ । ଅନ୍‌ଲାଇନ୍ ବିକ୍ରେତା ଏବଂ ଅର୍ଥନୀତି ସହ ଜଡ଼ିତ ଜାତୀୟ ଏବଂ ରାଜ୍ୟସ୍ତରୀୟ ସଂଗଠନଗୁଡ଼ିକୁ ବନ୍ଦରେ ସାମିଲ ହେବା ପାଇଁ ଆହ୍ୱାନ ଦିଆଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook