Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ‘ଷ୍ଟାଚୁ୍ୟ ଅଫ୍ ୟୁନିଟି’

    Share on :
    ajab-Image
    Date: Oct 31, 2019    Views: 14

    ଲୌହପୁରୁଷ ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କ ବିଶାଳ ଲୌହ ମୂର୍ତ୍ତି ଷ୍ଟାଚୁ୍ୟ ଅଫ୍ ୟୁନିଟି ଭାବେ ଖ୍ୟାତ । ୨୦୧୮ ଅକ୍ଟୋବର ୩୧ ତାରିଖ ପଟେଲଙ୍କ ୧୪୩ ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହା ଲୋକାର୍ପିତ ହୋଇଥିଲା ।

    ଗୁଜରାଟର ନର୍ମଦା ନଦୀ ଉପରେ ନିର୍ମିତ ସର୍ଦ୍ଧାର ସରୋବର ଡ୍ୟାମ ନିକଟରେ ଏହା ଅବସ୍ଥିତ । ଏହା ବିଶ୍ୱର ସବୁଠାରୁ ଉଚ୍ଚତମ ସ୍ମାରକୀ, ଉଚ୍ଚତା ୧୮୨ ମିଟର । ‘ଷ୍ଟାଚୁ୍ୟ ଅଫ୍ ଲିବଟି’ ଠାରୁ ଦୁଇଗୁଣ ଅଧିକ ।

    ମହାରାଷ୍ଟ୍ରର ପ୍ରସିଦ୍ଧ ସ୍ଥପତି ରାମ ଭି.ସୂତାର ଏହାର ନକ୍ସା ପ୍ରସ୍ତୁତ କରିଥିଲେ । ନିର୍ମାଣ ଶେଷ ପାଇଁ ପୂରା ପାଞ୍ଚ ବର୍ଷ ସମୟ ଲାଗିଥିଲା । ମୋଟ ବ୍ୟୟ ଅଟକଳ ୨.୯୮୯ କୋଟି ଟଙ୍କା  । 

    ନିର୍ମାଣ କାର୍ଯ୍ୟରେ ତିନି ହଜାର କାରିଗର ଓ ଦୁଇ ଶହ ପଚାଶ ଜଣ ଇଞ୍ଜିନିୟର ନିୟୋଜିତ ଥିଲେ ।

    ଗଲା ଅଗଷ୍ଟ ୨୫ ତାରିଖ ରବିବାର, ଗୋଟିଏ ଦିନରେ ଏଠାକୁ ୩୪ ହଜାର ପର୍ଯ୍ୟଟକ ଆସିଥିଲେ । ଯାହା ଏକ ରେକର୍ଡ ।

    ୨୦୧୯ ବର୍ଷ ପାଇଁ ପ୍ରସିଦ୍ଧ ଟାଇମ ପତି୍ରକାରେ ପ୍ରକାଶିତ ବିଶ୍ୱର ଶହେଟି ବଡ଼ ସ୍ଥାନ ତାଲିକାରେ ଷ୍ଟାଚୁ୍ୟ ଅଫ୍ ୟୁନିଟି ସ୍ଥାନ ପାଇବା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଏଠାରେ ପନ୍ଦର ହଜାର ନିଯୁକ୍ତି ସୃଷ୍ଟି ହେବା ଉଲ୍ଲେଖନୀୟ ।

    ଷ୍ଟାଚୁ୍ୟ ଅଫ୍ ୟୁନିଟି ପରେ କ୍ରମାନ୍ୱୟରେ ଥିବା ବିଶ୍ୱର ଅନ୍ୟ ଉଚ୍ଚତମ ସ୍ମାରକୀ ଗୁଡ଼ିକ ହେଲା-ଚୀନର ସ୍ପି୍ରଙ୍ଗ ଟେମ୍ପଲରେ ପ୍ରତିଷ୍ଠିତ ଭଗବାନ ବୁଦ୍ଧ ମୂର୍ତ୍ତି ୧୫୦ ମି, ଜାପାନର ଉସିକୁରେ ଥିବା ବୁଦ୍ଧ ପ୍ରତିମା ୧୨୦ ମି, ଷ୍ଟାଚୁ୍ୟ ଅଫ୍ ଲିବର୍ଟି ୯୩ ମି, ରୁସିଆର ହୋମ ଲ୍ୟାଣ୍ଡ ମଦର ୮୫ ମି, ଏବଂ ବ୍ରାଜିଲର ରିଓଡି କେନିରୋରେ ୩୮ ମିଟର ଉଚ୍ଚତାର ପ୍ରଭୁ ଯିଶୁଙ୍କ ପ୍ରତିମା ।

    Maximum 500 characters

    ଅଜବ View all

    Find Us on Facebook