Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ରାଜ୍ୟ କ୍ୟାବିନେଟରେ ନିଆଗଲା ଏହି ନିଷ୍ପତି, ଜାଣନ୍ତୁ

    Share on :
    ajab-Image
    Date: Sep 2, 2020    Views: 4524

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି  । 

    କ୍ୟାବିନେଟ ବୈଠକରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶକୁ ଅନୁମୋଦନ ଦିଆଯାଇଛି  । ଫଳରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଗୋଟିଏ ଆଇନରେ ହିଁ ପରିଚାଳିତ ହେବ  ।
    ସଂଶୋଧିତ ଆଇନ ଅନୁଯାୟୀ, ବିଶ୍ୱବିଦ୍ୟାଳୟଗୁଡ଼ିକରୁ ସିନେଟ ହଟାଇ ନିଆଯିବ  । ଏହା ବଦଳରେ ସିଣ୍ଡିକେଟ ହିଁ ବିଶ୍ୱବିଦ୍ୟାଳୟର ଉଚ୍ଚ କର୍ତୃପକ୍ଷ ହେବ  । ଏହାକୁ ବେଶୀ କ୍ରିୟାଶୀଳ କରିବାକୁ ନିଷ୍ପତି ନିଆଯାଇଛି  । ସିଣ୍ଡିକେଟରେ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କର ଉପଯୁକ୍ତ ପ୍ରତିନିଧିତ୍ୱ ରହିବ ।

    କୁଳପତିମାନଙ୍କର କାର୍ଯ୍ୟକାଳ ୩ ବର୍ଷରୁ ୪ ବର୍ଷକୁ ବୃଦ୍ଧି ପାଇବ  । ଯାହାଫଳରେ ସେମାନେ ଦୀର୍ଘମିଆଦୀ କାର୍ଯ୍ୟପନ୍ଥା ଗ୍ରହଣ କରିପାରିବେ  ।

    ସେହିପରି ପୂର୍ବରୁ କୁଳପତିଙ୍କ ବୟସସୀମା ସର୍ବାଧିକ ୬୫ ବର୍ଷ ଥିବାବେଳେ ଏବେ ତାହା ୬୭ ବର୍ଷକୁ ବୃଦ୍ଧି କରାଯାଇଛି  ।

    କୌଣସି କୁଳପତିଙ୍କୁ ଗୋଟିଏ ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ଥର ପାଇଁ ନିଯୁକ୍ତି ଦିଆଯିବ ନାହିଁ ।

    କୁଳପତି ଚୟନ ପାଇଁ ସର୍ଚ୍ଚ କମିଟିରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଜଣେ ଶିକ୍ଷାବିତ ସ୍ଥାନ ପାଇବେ  ।  

    ରେଜିଷ୍ଟ୍ରଡ଼ ଟିଚର ଓ ରେଜିଷ୍ଟ୍ରଡ଼ ଗ୍ରାଜୁଏଟ ବ୍ୟବସ୍ଥାକୁ ଉଚ୍ଛେଦ କରାଯିବ  ।

    ଓପିଏସସି ଦ୍ୱାରା ବିଶ୍ୱବିଦ୍ୟାଳୟରେ ଏକୀକୃତ ଭାବେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ  ।

    ଷ୍ଟେଟ ସିଲେକ୍ସନ ବୋଡର଼୍ ଦ୍ୱାରା ଏକୀକୃତ ଭାବେ ଅଣଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ  ।

    ବିଧାନସଭାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ବାର୍ଷିକ ଅଡ଼ିଟ ରିପୋର୍ଟ ଉପସ୍ଥାପିତ କରାଯିବ ନାହିଁ  । ଏହା ବଦଳରେ  ପ୍ରତ୍ୟେକ ବିଶ୍ୱବିଦ୍ୟାଳୟର ୱେବସାଇଟରେ ତିନବର୍ଷର ଅଡ଼ିଟ ରିପୋର୍ଟ ଉପଲବ୍ଧ ହେବ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook