Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ହାତ ଗୋଡ଼ ଭାଙ୍ଗିଗଲା, ପତ୍ନୀ ଓ ପିଏ ମୃତୁ୍ୟ

    Share on :
    ajab-Image
    Date: Jan 12, 2021    Views: 4917

    ବେଙ୍ଗାଲୁରୁ: ଏକ ରାସ୍ତା ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ହାତ ଓ ଗୋଡ଼ ଭାଙ୍ଗି ଯାଇଛି  । ତେବେ ଦୁଃଖର ବିଷୟ ଦୁର୍ଘଟଣାରେ ତାଙ୍କର ପତ୍ନୀ ବିଜୟା ନାଏକ ଏବଂ ମନ୍ତ୍ରୀଙ୍କ ପିଏ ପ୍ରାଣ ହରାଇଛନ୍ତି । ସନ୍ଧ୍ୟା ବେଳେ ଏହି ଦୁର୍ଘଟଣା କର୍ଣ୍ଣାଟକରେ ଘଟିଛି । ମନ୍ତ୍ରୀ ଯାଉଥିବା କାର ରାସ୍ତାକଡ଼ରେ ଓଲଟି ପଡିଥିଲା । ଏଥିରେ ଅନ୍ୟ ତିନି ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

    କର୍ଣ୍ଣାଟକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା  । ଗୋଆ ମେଡ଼ିକାଲ କଲେଜ ଆଣ୍ଡ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି  । ଅପରପକ୍ଷରେ ତାଙ୍କର ଗୋଡ଼ ଓ ହାତ ଭାଙ୍ଗି ଯାଇଥିବାରୁ ଅସ୍ତ୍ରୋପଚାର କରାଯିବ ବୋଲି ଜାଣିବାକୁ ମିଳିଛି  । ବର୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି  ।

    ଉତର କନ୍ନଡ଼ ଜିଲ୍ଲାର ଆଙ୍କୋଲା ଠାରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା  । ସେ ଧର୍ମସ୍ଥଳରୁ ଗୋଆକୁ ଫେରୁଥିଲେ । ଏବେ ଶ୍ରୀ ନାଏକ ପ୍ରତିରକ୍ଷା ଓ ଆୟୂଷ ବିଭାଗର ରାଜ୍ୟ ମନ୍ତ୍ରୀ ଅଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook