Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ଏହି ଛାତ୍ର ନେତା ଓ ନେତ୍ରୀଙ୍କୁ ସିପିଏମ କରିଛି ପ୍ରାର୍ଥୀ

    Share on :
    ajab-Image
    Date: Mar 12, 2021    Views: 5417

    କୋଲକାତା : ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଚର୍ଚ୍ଚିତା ଛାତ୍ରୀ ନେତ୍ରୀ ଆଇଶ ଘୋଷଙ୍କୁ ସିପିଆଇ ଏମ ପ୍ରାର୍ଥୀ କରିଛି  । ୨୬ ବର୍ଷୀୟ ଏହି ନାରୀ ନେତ୍ରୀ ଜେଏନୟୂର ସଭାନେତ୍ରୀ ଥିଲେ  । କ୍ୟାମ୍ପସ ହିଂସାରେ ବି ସେ ଆହତ ହୋଇଥିଳେ  । ସିପିଏମ ଛାତ୍ରୀ ନେତ୍ରୀଙ୍କ ମହଲରେ ସେ ସର୍ବାଗ୍ରେ ରହିଛନ୍ତି  ।

    ଏସଏଫଆଇର ଏହି ଛାତ୍ରୀ ନେତ୍ରୀ ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର ଜାମୁରିଆରୁ ପ୍ରାର୍ଥୀ ହେବେ  । ପ୍ରଥମ ଥର ପାଇଁ ସିପିଏମ ଯୁବା ନେତାଙ୍କୁ ପ୍ରାର୍ଥୀ କରିବା ଉପରେ ଗୁରୁତ୍ୱାରୋପ କରିଛି  । ସେହିପରି ଆଇଶଙ୍କ ସହ ଏସଏଫଆଇ ରାଜ୍ୟ ସମ୍ପାଦକ ଶ୍ରୀଜନ ଭଟ୍ଟାଚାର୍ଯ୍ୟଙ୍କୁ ବି ଦଳ ସିଙ୍ଗରରୁ ପ୍ରାର୍ଥୀ କରିଛି । ସିଙ୍ଗୁରରେ ଟିଏମସିରେ ଭଲ ଭୋଟ ହାର ଥିଲେବି ଏବେ ଦଳର ପତିଆରା ସେଠାରେ ହ୍ରାସ ପାଇଛି  । ଅପରପକ୍ଷରେ ଟିଏମସିର ବିଧାୟକ ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ ବି ନିକଟରେ ବିଜେପିରେ ଯୋଗ ଦେଇଛନ୍ତି । ସିପିଏମର ମୀନାକ୍ଷୀ ମୁଖାର୍ଜୀଙ୍କୁ ନନ୍ଦୀଗ୍ରାମରେ ପ୍ରାର୍ଥୀ କରାଯାଇଛି । ସେଠାରେ ସେ ମମତା ଓ ଶୁଭେନ୍ଦୁଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି  ।

    Maximum 500 characters

    ଆମ ସମସ୍ୟା View all

    Find Us on Facebook