Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶ୍ରୀମନ୍ଦିରରେ ମହିଳା ହୋମଗାଡର଼୍-ସେବାୟତ ମୁହାଁମୁହିଁ

    Share on :
    ajab-Image
    Date: Nov 7, 2019    Views: 601

    ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ବୁଧବାର ଜନୈକ ମହିଳା ହୋମଗାଡର଼୍ଙ୍କ ସହ ସେବାୟତ ଓ ଜେଟିପିଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ କେନ୍ଦ୍ର କରି ଉତ୍ତେଜନା ପରିସ୍ଥିତି ଦେଖାଦେବାରୁ ପାଖରେ ଥିବା ଅନ୍ୟ କିଛି ସେବାୟତ ଓ ପୁଲିସ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି । ଏଭଳି ପରିସ୍ଥିତିରେ ମହିଳା ହୋମଗାଡର଼୍ ଜଣକ ନିଜ ଜିଦ୍ ପୂରା କରିବାକୁ ଯାଇ ବେହରଣ ଦ୍ୱାର ଦେଇ ନିଜର କିଛି ଚିହ୍ନା ଲୋକଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି । ଏ ସଂକ୍ରାନ୍ତରେ ଜେଟିପି ଅସିତ ମହାନ୍ତି ଓ ପ୍ରତିହାରୀ ନିଯୋଗ ସଦସ୍ୟ ମୁଖ୍ୟ ପ୍ରଶାସକଙ୍କ ଉଦେ୍ଧଶ୍ୟରେ ଶ୍ରୀମନ୍ଦିର କମାଣ୍ଡରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଉଲ୍ଲେଖ କରାଯାଇଛି,  ବୁଧବାର ସକାଳ ପ୍ରାୟ ୮ଟାରେ ଜନୈକା ମହିଳା ହୋମଗାଡର଼୍ ୫/୬ଜଣ ଭକ୍ତଙ୍କୁ ଧରି ମୁକ୍ତିମଣ୍ଡପ ସମ୍ମୁଖ ବେହରଣ ଦ୍ୱାର ଦେଇ ଶ୍ରୀମନ୍ଦିର ଜଗମୋହନକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ପ୍ରତିହାରୀ ନିଯୋଗ ପକ୍ଷରୁ ନିୟୋଜିତ ଜନୈକ ସେବାୟତ ହୋମଗାଡର଼୍ଙ୍କୁ ଅଟକାଇଥିଲେ । କିନ୍ତୁ ହୋମଗାଡର଼୍ ଜଣକ ତାଙ୍କ ସହ ଯୁକ୍ତିତର୍କ କରିଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook