Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ଏସଆରସି, କାହିଁକି ଜାଣନ୍ତୁ

    Share on :
    ajab-Image
    Date: Sep 16, 2020    Views: 3213

    ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।  ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ଅଞ୍ଚଳରେ ବର୍ଷା ହେବ । ୧୯ ତାରିଖରୁ ନବରଙ୍ଗପୁର, କୋରାପୁଟ ଓ ରାୟଗଡ଼ାରେ ବର୍ଷା ହେବ ।  ପରେ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ।

    ତେବେ ଲଘୁଚାପ କ୍ଷେତ୍ର ଯୋଗୁଁ ସମ୍ଭାବ୍ୟ ବର୍ଷାନେଇ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ରାଜ୍ୟର ସମସ୍ତ  ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ।  କିଛି ପରିସ୍ଥିତି  ଉପୁଜିଲେ ମୁକାବିଲା କରିବା ପାଇଁ ସଜାଗ ରହିବାକୁ ଏସଆରସି ଶ୍ରୀ ଜେନା ନିଦେ୍ର୍ଧଶ ଦେଇଛନ୍ତି ।  ଲଘୁଚାପ କ୍ଷେତ୍ର ଯୋଗୁଁ ଆସନ୍ତା ୨୦ରୁ ୨୩ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।  କିଛି ଜିଲ୍ଲାରେ ପ୍ରବଳ ବର୍ଷା ସହ ୪୫ରୁ ୫୫ କିମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି ।  ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନଯିବା ଓ ଯାଇଥିଲେ ବି ଫେରିବାକୁ ପରାମର୍ଶ ଦିଆଯାଇଛି । 

    ପ୍ରକାଶ ଯେ, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିଦେ୍ର୍ଧଶକ ଏଚ ଆର ବିଶ୍ୱାସ କହିଛନ୍ତି, ୧୩ ତାରିଖ ଦିନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଏବେ ଦୁର୍ବଳ ହୋଇଯାଇଛି । ଅନ୍ୟ ପଟେ ମୌସୁମୀ ଏବେ ରାଜ୍ୟରେ ଦୁର୍ବଳ ରହିଛି । ତେଣୁ ଆସନ୍ତା ୩ ଦିନ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ପାଗ ଶୁଖିଲା ଓ ଖରାଟିଆ ରହିବ । ତାପମାତ୍ରା ସ୍ୱାଭାବିକଠାରୁ ୨/୩ ଡିଗ୍ରୀ ଅଧିକ ରହିବ । ୩ ଦିନ ଧରି ଏପରି ସ୍ଥିତି ଲାଗି ରହିବା ପରେ ୧୯ ତାରିଖ ଆଡ଼କୁ ପାଗରେ ପରିବର୍ତ୍ତନ ଆସିବ । ୨୦ ତାରିଖ ଦିନ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇ ରାଜ୍ୟରେ ବର୍ଷା କରାଇବ  । ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି  ।

     

    Maximum 500 characters

    ତାଜା ଖବର View all

    Find Us on Facebook