Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ବିନା ସୂଚନାରେ ଆସିଲେ ମାଗଣା ଟିକେଟ ଲାଗୁ ହୋଇନପାରେ

    Share on :
    ajab-Image
    Date: May 24, 2020    Views: 4947

    ଭୁବନେଶ୍ୱର:  କରୋନା ଲକଡାଉନ ଯୋଗୁଁ ବାହାରେ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଶା ଫେରୁଛନ୍ତି । କିଏ ବସରେ ତ କିଏ ଟ୍ରେନରେ ଫେରୁଛନ୍ତି । ଏହାଛଡ଼ା କିଏ ସାକେଲରେ ତ  କିଏ ଚାଲି ଚାଲି ମଧ୍ୟ ଫେରୁଛନ୍ତି ।  ତେବେ ଯେଉଁ ପ୍ରବାସୀମାନେ  ଟ୍ରେନରେ ଆସୁଛନ୍ତି ସେମାନେ ଆସିବା ପୂର୍ବରୁ ସୂଚନା ଦେବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା  କହିଛନ୍ତି । ବିନା ସୂଚନାରେ ଆସିଲେ ମାଗଣା ଟିକେଟ ଲାଗୁ ହୋଇନପାରେ ବୋଲି  ଶ୍ରୀ ଜେନା କହିଛନ୍ତି ।  କରୋନା ମୁକାବିଲା ନେଇ ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ଏହା କହିଛନ୍ତି । 

    ସେ କହିଛନ୍ତି ଯେ,  ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବାବେଳେ ଚିନ୍ତାଜନକ  ନୁହେଁ ।  ପ୍ରବାସୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଉଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି ।  ଏହି ଅବସରରେ ଶ୍ରୀ ଜେନା ସରପଞ୍ଚ ଓ ଏସଏଚଜିର ସହଯୋଗକୁ ପ୍ରଶଂସା କରିଛନ୍ତି । 

    ଏହାଛଡ଼ା ଅନ୍ୟ ରାଜ୍ୟରୁ ପ୍ରବାସୀ ଆସିଲେ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାକୁ ଶ୍ରୀ ଜେନା କହିଛନ୍ତି ।  ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ଟ୍ରେନ ଯୋଗେ ବାହାର ରାଜ୍ୟରୁ  ଅଧିକ ପ୍ରବାସୀ ଆସୁଛନ୍ତି ।  ଆଜି ତେଲେଙ୍ଗାନାକୁ ୧୨ଟି ଟ୍ରେନରେ ୨୦ ହଜାରରୁ ଉଦ୍ଧ୍ୱର୍ ଆସୁଛନ୍ତି ।  ସେମାନେ ବିନା ସୂଚନା ସୂଚନାରେ ଆସୁଥିବାରୁ ଆମ ପାଇଁ ସମସ୍ୟା ଉପୁଜୁଛି ।  ଯେଉଁମାନେ ଆସିବାକୁ ଚାହୁଁଛନ୍ତି ସେମାନେ ଆଗୁ ସୂଚନା ଦିଅନ୍ତୁ ।  ସୂଚନା ଦେଇ ଆସିଥିବା ପ୍ରବାସୀଙ୍କ ପାଇଁ ବ୍ୟବସ୍ଥା କରିଛୁ ।  ସୂଚନା ଦେଇ ଆସିଲେ ଗନ୍ତବ୍ୟ ସ୍ଥଳକୁ ପଠାଇବାର ବ୍ୟବସ୍ଥା କରିବୁ ।  ବିନା ସୂଚନାରେ ଆସିଲେ ମାଗଣା ଟିକେଟ ଲାଗୁ ହୋଇନପାରେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା  କହିଛନ୍ତି । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook