Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କ୍ରୀଡ଼ା ଛାତ୍ରାବାସ ଖେଳାଳିଙ୍କ ପାଇଁ ନୂଆ ପ୍ରୋତ୍ସାହନ ଯୋଜନା

    Share on :
    ajab-Image
    Date: Oct 29, 2019    Views: 546

    ରାଜ୍ୟ ଓ ଜାତୀୟ ପଦକ ବିଜେତାଙ୍କୁ ସ୍ୱତନ୍ତ୍ର ଭତ୍ତା

    ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀମାନଙ୍କୁ ଖେଳ ପ୍ରତି ଅଧିକ ପ୍ରୋତ୍ସାହିତ କରିବା ନେଇ ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗକୁ ନୂତନ ପ୍ରସ୍ତାବ ଦେଇଛନ୍ତି । କ୍ରୀଡ଼ା ଛାତ୍ରାବାସର ଖେଳାଳୀମାନେ ଯେଭଳି ଭଲ ପ୍ରଦର୍ଶନ ନେଇ ଉତ୍ସାହିତ ହେବେ ସେ ନେଇ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବାକୁ ନୂତନ ଯୋଜନା ପ୍ରଣୟନ କରାଯିବାକୁ ସଚିବ ଶ୍ରୀ ପାଣ୍ଡିଆନ ପ୍ରସ୍ତାବ ଦେଇଛନ୍ତି । ନୂତନ ପ୍ରସ୍ତାବ ଅନୁଯାୟୀ, କ୍ରୀଡ଼ା ଛାତ୍ରାବାସ ଅନ୍ତେବାସୀଙ୍କୁ ମିଳୁଥିବା ଭତ୍ତା ବାଦ୍ ନୂତନ ଭାବେ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯିବା, ପୂର୍ବରୁ ବାଳିକା ଖେଳାଳିଙ୍କୁ ମିଳୁଥିବା ୨୦୦ ଟଙ୍କା ଭତ୍ତାକୁ ୫୦୦ ଟଙ୍କାକୁ ବୃଦ୍ଧି କରାଯିବା ସହ ବାଳକ ଖେଳାଳିଙ୍କୁ ନୂତନ ଭାବେ ୩୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବାକୁ ପ୍ରସ୍ତାବ ଦିଆଯାଇଛି । ସେହିପରି କ୍ରୀଡ଼ା ଛାତ୍ରାବାସର ଖେଳାଳୀମାନେ ରାଜ୍ୟ ଓ ଜାତୀୟ ଚମ୍ପିଆନସିପରେ ପ୍ରତିନିଧିତ୍ୱ କଲେ ମାସିକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଏକ ବର୍ଷ ପାଇଁ ଭତ୍ତା ପ୍ରଦାନ କରାଯିବ । ଜାତୀୟ ସ୍ତରରେ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଲେ ୧୦୦୦, ରୌପ୍ୟ ୫୦୦ ଓ ବ୍ରୋଞ୍ଜ ପଦକ ବିଜେତାଙ୍କୁ ୩୦୦ ଟଙ୍କା ଲେଖାଏଁ ୧ ବର୍ଷ ପର୍ଯ୍ୟନ୍ତ ଭତ୍ତା ପ୍ରଦାନ କରାଯିବ । ଜାତୀୟ ରେକର୍ଡକୁ ଭଙ୍ଗ କଲେ ମଧ୍ୟ ମାସିକ ୧୦୦ ଟଙ୍କା ଲେଖାଏଁ ଏକ ବର୍ଷ ଭତ୍ତା ପ୍ରଦାନ କରାଯିବାକୁ ପ୍ରସ୍ତାବ ଦିଆଯାଇଛି । ରାଜ୍ୟ ବାହାରକୁ ଜାତୀୟ କିମ୍ବା କୌଣସି ପ୍ରତିଷ୍ଠିତ ପ୍ରତିଯୋଗିତାରେ ଭାଗ ନେବା ଲାଗି ଖେଳାଳିମାନେ ଗସ୍ତ କଲେ ୩୦୦ ଟଙ୍କା ଉକ୍ତ ଖେଳାଳିଙ୍କୁ ଭତ୍ତା ପ୍ରଦାନ କରାଯିବା ନେଇ ୫ଟି ସଚିବ ଶ୍ରୀ ପାଣ୍ଡିଆନ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗକୁ ପ୍ରସ୍ତାବ ଦେଇଛନ୍ତି । ଉକ୍ତ ଯୋଜନା ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବା ନେଇ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।

    Maximum 500 characters

    ଖେଳ ଖବର View all

    Find Us on Facebook