ମୁଖ୍ୟ ଖବର
ଭୁବନେଶ୍ୱର: ପୂର୍ବତନ କଂଗ୍ରେସ ବିଧାୟକ ଭୁଜବଳ ମାଝୀଙ୍କ ଦଖଲରେ ରହିଛି ସରକାରୀ କ୍ୱାର୍ଟର୍ସ । ବିଜେପିର ପୂର୍ବତନ ବିଧାୟକ ରବିନାରାୟଣ ନାଏକ ମଧ୍ୟ କ୍ୱାର୍ଟର୍ସ ମାଡ଼ି ବସିଛନ୍ତି । ବିଜେଡିର ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ଗତ ସାଢେ଼ ୫ ବର୍ଷ ହେବ ସରକାରୀ ଘର ବାତିଲ ସତ୍ତ୍ୱେ ଏଯାଏଁ ଛାଡ଼ି ନାହାନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମଧ୍ୟ ବାତିଲ ସତ୍ତ୍ୱେ ୫ ବର୍ଷ ହେବ ବିଧାୟକ କ୍ୱାର୍ଟସ ଛାଡ଼ୁନାହାନ୍ତି, ଦଖଲରେ ରଖିଛନ୍ତି । ବେଆଇନ ଭାବେ ଏମିତି ଘର ମାଡ଼ି ବସିଛନ୍ତି ପୂର୍ବତନ ମନ୍ତ୍ରୀ ଓ ବିଧାୟକ । ସେମାନଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଚରମବାଣୀ ଶୁଣାଇଥିଲେ ମଧ୍ୟ କିଛି ପ୍ରଭାବ ପଡ଼ିନି । ଏବେ ବି ବହୁ ସରକାରୀ କ୍ୱାର୍ଟର୍ସ ବେଆଇନ ଭାବେ କବଜାରେ ରହିଛି । ଏପରିକି କ୍ୱାର୍ଟର୍ସ ବାବଦ ସରକାରୀ ପ୍ରାପ୍ୟ ମଧ୍ୟ ସେମାନଙ୍କ ଉପରେ ବର୍ଷ ବର୍ଷ ଧରି ଗଡ଼ୁଛି ।
ପଦ ଗଲାଣି । ଆଉ ସରକାରୀ କ୍ୱାର୍ଟର୍ସ ନିଜ ଦଖଲରେ ରଖିବାର ଅଧିକାର ନାହିଁ । ଏହା ସମ୍ପୂର୍ଣ୍ଣ ବେଆଇନ । ତୁରନ୍ତ ଆଇନକୁ ସମ୍ମାନ ଜଣାଇ କବଜାରେ ରଖିଥିବା ସରକାରୀ କ୍ୱାର୍ଟର୍ସ ଛାଡ଼ । ନଚେତ ପାଣି ଓ ବିଜୁଳି ସଂଯୋଗ ବିଚ୍ଛିନ୍ନ କରି ଦିଆଯିବ । ସରକାରୀ ଘର ଛାଡ଼ି ନଥିବା ୨୬ ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କୁ ଏମିତି ନାଲିଆଖି ଦେଖାଇଥିଲେ ବାଚସ୍ପତି । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବାଚସ୍ପତି ଏମିତି ଚରମବାଣୀ ଶୁଣାଇଥିଲେ ବୋଲି ସୂଚନା ଅଧିକାର ଆଇନର ତଥ୍ୟ କହୁଛି । ନଭେମ୍ବର ଶେଷ ସୁଦ୍ଧା ୧୬ଟି କ୍ୱାର୍ଟର୍ସ ବେଆଇନ ଭାବେ ଦଖଲରେ ଥିବା ସାଧାରଣ ପ୍ରଶାସନ ବିଭାଗ ଦର୍ଶାଇଛି ।
ଭୋଟ ଫଳ ପ୍ରକାଶନକୁ ଇତିମଧ୍ୟରେ ୮ ମାସ ପୂରିଲାଣି । ମାତ୍ର ପୁରୁଣା ବିଧାୟକମାନେ ଦଖଲରେ ରଖିଥିବା ଘର ଖାଲି କରୁନାହାନ୍ତି । ବିଜେପି ବିଧାୟକରୁ ସାଂସଦ ହୋଇଥିବା
Comments ସମସ୍ତ ମତାମତ