Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜଣଙ୍କ ମିଛ ପାଇଁ ଗୋଟିଏ ରାଜ୍ୟ ଲକଡାଉନ

    Share on :
    ajab-Image
    Date: Nov 20, 2020    Views: 3720

    ସିଡନୀ : ଦକ୍ଷିଣ ଅଷ୍ଟ୍ରେଲିଆରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତିଙ୍କ ମିଛ ପାଇଁ ସମ୍ପୂର୍ଣ୍ଣ ରାଜ୍ୟକୁ ଲକଡାଉନରେ ରଖାଯାଇଛି । କଣ୍ଟାକ୍ଟ ଟ୍ରେସିଂ ପାଇଁ କରାଯାଉଥିବା ସର୍ଭେରେ ବ୍ୟକ୍ତି ଜଣକ ମିଛ କହିଥିବାରୁ ଏହି ପରସ୍ଥିତି ଉପୁଜିଛି ।
    ଦକ୍ଷିଣ ଅଷ୍ଟ୍ରେଲିଆ ରାଜ୍ୟ ମୁଖ୍ୟ ଷ୍ଟିଭେନ ମାର୍ଶାଲ ଆଡିଲେଡରେ ଏକ ପ୍ରେସ କନଫରେନ୍ସ ଜରିଆରେ ଏହି ସୂଚନା ଦେଇଛନ୍ତି । ଜନୈକ ଯୁବକ ଗୋଟିଏ ପିଜା ବାରରେ କାମ କରୁଥିଲେ । ସେଠାରେ କାମ କରୁଥିବା ସମୟରେ ସେ ନିଜେ ସଂକ୍ରମିତ ହେବା ସହିତ ଅନ୍ୟ ମାନଙ୍କୁ ସଂକ୍ରମିତ ମଧ୍ୟ କରିଥିଲେ ।
    ତେବେ କଣ୍ଟାକ୍ଟ ଟ୍ରେସିଂ ସମୟରେ ଯୁବକ ଜଣକ ସେଠାରେ କେବଳ ଥରେ ପିଜା ଖାଇଥିବା ନେଇ କହିଥିଲେ । ବାସ୍ତବ ଘଟଣା ସାମ୍ନାକୁ ଆସିଲା ବେଳକୁ ଉକ୍ତ ପିଜା ବାରରୁ ସଂଖ୍ୟାଧିକ ଲୋକ ପିଜା ଖାଇଥିବା ଜଣା ପଡିଥିଲା । ଏହାପରେ ସମଗ୍ର ରାଜ୍ୟକୁ ୬ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଥିଲା । ଏହି ୬ ଦିନ ମଧ୍ୟରେ ଲୋକ ମାନଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ୬ ଦିନ ମଧ୍ୟରେ ଉକ୍ତ ବାରରେ ପିଜା ଖାଇଥିବା ସମସ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ମାର୍ଶାଲ ପ୍ରକାଶ କରିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook