Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବିଦେଶରୁ ଓଡ଼ିଶା ଆସିବାକୁ ଚାହୁଁଥିଲେ କ’ଣ କରିବାକୁ ପଡ଼ିବ ?

    Share on :
    ajab-Image
    Date: May 14, 2020    Views: 3364

    ଭୁବନେଶ୍ୱର : କରୋନା ପାଇଁ ଲକଡାଉନ ଜାରି ରହିଥିଲେବି ଅନେକ କ୍ଷେତ୍ରରେ କୋହଳ କରାଯାଇଛି  । ଅନ୍ୟ ରାଜ୍ୟରେ ଥିବା ଲୋକମାନେ ଟ୍ରେନ ଯୋଗେ ନିଜ ନିଜ ରାଜ୍ୟକୁ ଯାଉଥିବାବେଳେ ପ୍ରବାସୀ ଭାରତୀୟମାନେ ବିମାନ ଯୋଗେ ନିଜ ରାଜ୍ୟକୁ ଫେରିବାର ବ୍ୟବସ୍ଥା କରାଯାଇଛି  । ତେବେ ବିଦେଶରୁ ଆସିବାକୁ ଥିବା ଓଡ଼ିଆମାନଙ୍କ ପାଇଁ ସରକାର ଗାଇଡ଼ଲାଇନ ଜାରି କରିଛନ୍ତି  ।

    ୧. ବିଦେଶରୁ ଆସିବା ପୂର୍ବରୁ ପ୍ରବାସୀ ଓଡ଼ିଆମାନଙ୍କୁ https://covid19.odisha.gov.in ୱେବସାଇଟରେ ପଂଜୀକରଣ କରିବାକୁ ପଡ଼ିବ  ।

    ୨. ସେମାନେ ପଂଜୀକରଣ କରିବାପରେ ସମସ୍ତ ତଥ୍ୟ ଜିଲ୍ଲା, ବ୍ଲକ ଓ ପଂଚାୟତକୁ ପଠାଯିବ  ।

    ୩. ବିମାନ ବନ୍ଦରରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର କାଉଂଟର କରାଯାଇଛି  ।

    ୪. ବିମାନ ବନ୍ଦରରେ ପହଁଚିବା ପରେ ଯାତ୍ରୀମାନେ ସିଧା କାଉଂଟରକୁ ଯିବେ  । ସେଠାରେ ସେମାନଙ୍କ ଡାହାଣ ହାତର କହୁଣୀଠାରେ ଅଲିଭା କାଳିର ଷ୍ଟାମ୍ପ ବାଜିବା ସହ ଥର୍ମାଲ ସ୍କି୍ରନିଂ କରାଯିବ  ।
    ୫. ଯଦି ସ୍କି୍ରନିଂ ବେଳେ ଲକ୍ଷଣ ଦେଖିବାକୁ ମିଳେ ତେବେ ସେମାନଙ୍କୁ ଟେଷ୍ଟିଂ ପାଇଁ ପଠାଯିବ ଓ କ୍ୱାରେଂଟାଇନରେ ରଖାଯିବ  ।

    ୬. ଯଦି ଲକ୍ଷଣ ନଥାଏ ତେବେ ସେମାନଙ୍କୁ ଘରକୁ ଯିବାକୁ ଅନୁମତି ମିଳିବ  । କିନ୍ତୁ ସେମାନଙ୍କୁ ଘର କିମ୍ବା ପେଡ଼ କ୍ୱାରେଂଟାଇନରେ ରହିବାକୁ ପଡ଼ିବ  । ୨୮ ଦିନିଆ କ୍ୱାରେଂଟାଇନ ପାଇଁ ସେମାନଙ୍କୁ ଅଣ୍ଡରଟେକିଂ ଦେବାକୁ ପଡ଼ିବ  ।

    ୭.  ସେମାନଙ୍କ ଲଗେଜଗୁଡ଼ିକୁ ସ୍ପ୍ରେ କରାଯାଇ ବିଶୋଧନ କରାଯିବ  ।

    ୮. ବିମାନବନ୍ଦରରେ ଯାତ୍ରୀମାନଙ୍କୁ ନେବା ପାଇଁ ଓଲା, ଉବେର ଓ କ୍ରୁଟର ବ୍ୟବସ୍ଥା କରାଯାଇଛି  ।

    ୯. ଯେଉଁମାନେ ଘରେ କ୍ୱାରେଂଟାଇନରେ ରହିବେ ସେମାନଙ୍କ ଘର ଆଗରେ ଷ୍ଟିକର ଲଗାଯିବ  । ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ଦ୍ୱାରା ମନିଟରିଂ କରାଯିବ  ।

    ୧୦. ଯଦି ପେଡ଼ କ୍ୱାରେଂଟାଇନରେ ରହିଥିବେ ତେବେ ଫୋନ କଲ ଦ୍ୱାରା ସେମାନଙ୍କୁ ମନିଟରିଂ କରାଯିବ  ।

    ୧୧.  କ୍ୱାରେଂଟାଇନରେ ଥିବାବେଳେ ଲକ୍ଷଣ ପ୍ରକାଶ ପାଇଲେ ସେମାନେ ୧୦୪କୁ କଲ କରିବେ  । ଆବଶ୍ୟକ ପଡ଼ିଲେ କୋଭିଡ଼ ହସପିଟାଲକୁ ସ୍ଥାନାନ୍ତର କରାଯିବ  ।

    ୧୨. କ୍ୱାରେଂଟାଇନ ନିୟମ ଉଲ୍ଳଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ

    ୧୩. ନୂଆଦିଲ୍ଲୀରେ ଥିବା ସ୍ୱତନ୍ତ୍ର ଆବାସିକ କମିଶନର ରବି କାନ୍ତ ନୋଡ଼ାଲ ଅଫିସର ଭାବେ କାର୍ଯ୍ୟ କରିବେ  । ରାଜ୍ୟସ୍ତରରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ କୋଅଡର଼୍ିନେଟ କରିବେ  ।

    Maximum 500 characters

    ବିଶେଷ View all

    Find Us on Facebook