ମୁଖ୍ୟ ଖବର
ନିଜର ନାବାଳକ ପୁଅର ବ୍ୟକ୍ତିଗତ ଚିଠି ଖୋଲି ଦୁଇ ବର୍ଷ କାରାଦଣ୍ଡ ପାଇଛନ୍ତି ଜଣେ ସ୍ପାନିସ ବ୍ୟକ୍ତି । ଏହା ଘଟିଛି ସ୍ପେନର ସେଭିଲରେ । ଘଟଣାକ୍ରମରୁ ପ୍ରକାଶ ଯେ, ବ୍ୟକ୍ତି ଜଣକଙ୍କ ଉପରେ ପାରିବାରିକ ହିଂସାର ଅଭିଯୋଗ ପୂର୍ବରୁ ଥିଲା । ମାମଲା ଦାଏର କରିଥିଲେ, ତାଙ୍କର ପତ୍ନୀ । ପତ୍ନୀଙ୍କ ପରିବାରର ଅନ୍ୟ ସଦସ୍ୟ ବିଶେଷତଃ ତାଙ୍କର ଭଉଣୀ, ଏହି ପାରିବାରିକ ହିଂସା ମାମଲାରେ ଭିଣୋଇଙ୍କୁ ତୀବ୍ର ବିରୋଧ କରି ଆସୁଛନ୍ତି । ଆଗାମୀ ଶୁଣାଣି ପୂର୍ବରୁ ସେ ଭଉଣୀଙ୍କର ଦଶ ବର୍ଷ ବୟସ୍କ ପୁଅ ପାଖକୁ ଚିଠିଟି ଲେଖିଥିଲେ । ଅଦାଲତରେ ବାପା ବିରୋଧରେ ସେ କେଉଁ ଭଳି ସାକ୍ଷ୍ୟ ପ୍ରଦାନ କରିବା ଉଚିତ, ଚିଠିରେ ତାହା ବର୍ଣ୍ଣନାଥିଲା । ଚିଠିଟି ପଡ଼ିଥିଲା ବାପାଙ୍କ ହାତରେ । ସେ ତାହାକୁ ଖୋଲି ପଢ଼ିବା ସହ ଅନ୍ୟତ୍ର କହିଥିଲେ । ଉତକ୍ଷିପ୍ତ ହୋଇ ପତ୍ନୀ ଅଦାଲତରେ ଆଉ ଏକ ମକଦ୍ଧମା ଦାଏର କରିଥିଲେ । ସେଠାକାର ଆଇନ ଅନୁଯାୟୀ ଏପରିକି ନାବାଳକ ପୁଅର ଚିଠି ଖୋଲିବା ବି ବାପା ପାଇଁ ଅବୈଧ । ଶୁଣାଣି ବେଳେ ସେ ଭୁଲରେ ଚିଠି ଖୋଲିଥିବାର ସଫେଇ ଦେଇଥିଲେ ହେଁ ତାହା ଗ୍ରହଣ କରାଯାଇନଥିଲା । ତାଙ୍କୁ ଦୁଈ ବର୍ଷ କାରାଦଣ୍ଡ ସହ ଭାରତୀୟ ମୁଦ୍ରାରେ ପ୍ରାୟ ଅଢେ଼ଇ ଲକ୍ଷ ଟଙ୍କା ଜରିମାନା ଭରିବାକୁ ନିଦେ୍ର୍ଧଶ ଦିଆଯାଇଛି ।
Comments ସମସ୍ତ ମତାମତ