Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଦିଲ୍ଲୀ ଛାଡ଼ି ଗୋଆ ପଳାଇଲେ ସୋନିଆ,କାହିଁକି ଜାଣନ୍ତୁ

    Share on :
    ajab-Image
    Date: Nov 21, 2020    Views: 2795

    ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରାଧିକ ବଢ଼ିଯାଇଛି । ସ୍ୱାସ୍ଥ୍ୟ ଉପରେ ଏହା ଖରାପ ପ୍ରଭାବ ପକାଉଥିବାରୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଦିଲ୍ଲୀ ଛାଡ଼ି ଗୋଆ ଯାଇଛନ୍ତି । ଦିଲ୍ଲୀର ଖରାପ ବାୟୁ ସୋନିଆଙ୍କ ଛାତି ସଂକ୍ରମଣ ବଢ଼ିଯାଇଛି । ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଦିଲ୍ଲୀ ଛାଡ଼ିଛନ୍ତି । ଅପରାହ୍ନରେ ପୁଅ ରାହୁଲଙ୍କ ସହ ସେ ଗୋଆରେ ପହଞ୍ଚିଛନ୍ତି । ଦିଲ୍ଲୀରେ ବାୟୁର ମାନ ସୁଧୁରିବା ପର୍ଯ୍ୟନ୍ତ ଏବଂ ଶୀତ କମିବା ପର୍ଯ୍ୟନ୍ତ ସୋନିଆଙ୍କୁ ଏକ ଉଷୁମ ସ୍ଥାନକୁ ଯିବା ପାଇଁ ସ୍ୱାସ୍ଥ୍ୟ ଗବେଷଜ୍ଞମାନେ ପରାମର୍ଶ ଦେବା ପରେ ସୋନିଆ ଦିଲ୍ଲୀ ଛାଡ଼ିଛନ୍ତି । ସୋନିଆ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଦକ୍ଷିଣ ଗୋଆର ଏକ ରିସୋର୍ଟରେ ରହିବେ ବୋଲି ଜଣାପଡ଼ିଛି । ଦିଲ୍ଲୀରେ ବାୟୁ ମାନ ସୁଧୁରିବା ପରେ ଏବଂ ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ହେବା ପରେ ସେ ପୁଣି ଥରେ ଦିଲ୍ଲୀ ଫେରିବେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook